ହାଇଦ୍ରାବାଦ୍: ସକାଳୁ ନେଇ ଏବେ ପର୍ଯ୍ୟନ୍ତ ଗଣମାଧ୍ୟମମାନଙ୍କରେ ଦେଖିବାକୁ ମିଳୁଛି ସେଇ ଗୋଟାଏ ଖବର। ତେଲେଙ୍ଗାନା ପୁଲିସ୍ ଏନ୍କାଉଣ୍ଟର୍ରେ ନିହତ ହେଲେ ହାଇଦ୍ରାବାଦ୍ର ଚାରି ଦୁଷ୍କର୍ମ ଓ ହତ୍ୟା ଅଭିଯୁକ୍ତ। ପୁଲିସ୍ର ଏପରି ନିଷ୍ପତ୍ତିକୁ ବିଭିନ୍ନ ମହଲରେ ପ୍ରଶଂସା ମିଳିଛି।
ତେଲେଙ୍ଗାନା ସରକାର ଓ ପୁଲିସ୍ର ଏପରି ନିଷ୍ପତ୍ତିକୁ ପୀଡ଼ିତାଙ୍କ ବାପା ପ୍ରଶଂସା କରିଛନ୍ତି। ଏହି ଏନ୍କାଉଣ୍ଟର୍ ଅନ୍ୟ ନରରୂପୀ ରାକ୍ଷାସମାନଙ୍କ ଭିତରେ ଭୟ ସୃଷ୍ଟି କରିବ ବୋଲି କହିବା ସହ ନିଜର ଖୁସି ବ୍ୟକ୍ତ କରିଛନ୍ତି ପୀଡ଼ିତାଙ୍କ ଭଉଣୀ।
/sambad/media/post_attachments/wp-content/uploads/2019/12/Encounter-123-1_5de9f50804e9a-1-300x158.jpg)
ତେଲେଙ୍ଗାନା ପୁଲିସ୍ର ଏହି ଏନ୍କାଉଣ୍ଟର୍ରେ ପୀଡ଼ିତାଙ୍କୁ ପରିବାର ବ୍ୟତୀତ ବେଶ୍ ଖୁସି ଅଛନ୍ତି ତାଙ୍କ ପଡ଼ୋଶୀ। ଜାଣିବାକୁ ମିଳିଛି ଯେ ପୀଡ଼ିତାଙ୍କ ଏପରି ଭାବେ ନ୍ୟାୟ ମିଳିବା ପରେ ପୀଡ଼ିତାଙ୍କ ପଡ଼ୋଶୀ ଖୁସି ହୋଇ ତେଲେଙ୍ଗାନା ପୁଲିସ୍ ହାତରେ ରାକ୍ଷୀ ବାନ୍ଧିଛନ୍ତି।
କେବଳ ସେତିକି ନୁହେଁ, ପୁଲିସ୍ ଉପରେ ଖୁସି ହୋଇ ଲୋକମାନେ ତାଙ୍କ ଉପରେ ଗୋଲାପ ଫୁଲ ବି ବର୍ଷଣ କରିଥିବାର ଦୃଶ୍ୟ ଦେଖିବାକୁ ମିଳିଛି। ‘ଡିସିପି ଜିନ୍ଦାବାଦ୍, ଏପିପି ଜିନ୍ଦାବାଦ୍’ ନାରାରେ ପଡୁଛିଉଠୁଛି ହାଇଦ୍ରାବାଦ୍।