ନେପାଳ ସେନାଧ୍ୟକ୍ଷ ହେଲେ ଭାରତୀୟ ସେନାର ଜେନେରାଲ, ଘଟଣା କଣ ଜାଣନ୍ତୁ
ନୂଆଦିଲ୍ଲୀ : ନେପାଳ ଓ ଭାରତୀୟ ସେନା ମଧ୍ୟରେ ସବୁବେଳେ ବନ୍ଧୁତା ରହିଆସିଛି । ତେବେ ଏବେ ଚୀନ ନେପାଳକୁ ନିଜ ପଟକୁ ଟାଣିବାକୁ ଚେଷ୍ଟା କରୁଛି । ତେବେ ଭାରତର ମଧ୍ୟ ନେପାଳକୁ ନିଜ ଶିବିରରେ ରଖିବାକୁ ପାରୁପର୍ଯନ୍ତ ଚେଷ୍ଟା କରୁଛି । କିନ୍ତୁ ନେପାଳ ଭାରତ ଉପରେ ଏତେ ନିର୍ଭରଶୀଳ ଯେ ଭାରତକୁ ଛାଡି ଏହା ଚଳିପାରିବ ନାହିଁ । ଏବେ ଦୁଇ ଦେଶ ମଧ୍ୟରେ ସମାରିକ ସଂପର୍କକୁ ଆହୁରି ଗଭୀର କରିବାକୁ ଭାରତ ଗ୍ରସ୍ତରେ ଆସିଛନ୍ତି ନେପାଳ ସେନାପ୍ରମୁଖ ପୂର୍ଣ୍ଣ ଚନ୍ଦ୍ର ଥାପା । ଏହି ଅବସରରେ ତାଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭାରତୀୟ ସେନାର ଜଣେ ଜେନେରାଲ ଉପାଧି ଦେଇ ସମ୍ମାନିତ କରିଛନ୍ତି ।
Sambad is now on WhatsApp
Join and get latest news updates delivered to you via WhatsApp
ଦୁଇ ଦେଶର ସେନା ମଧ୍ୟରେ ବର୍ଷ ବର୍ଷ ଧରି ଚାଲିଆସୁଥିବା ପୁରାତନ ପରମ୍ପରା ଅନ୍ତର୍ଗତ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦ ନେପାଳର ସୈନ୍ୟ ପ୍ରମୁଖଙ୍କୁ ରାଷ୍ଟ୍ରପତି ଆଜି ଦରବାର ହଲରେ ଏହି ଉପାଧି ପ୍ରଦାନ କରିଛନ୍ତି । ନେପାଳର ସେନା ପ୍ରମୁଖ ଆସନ୍ତା ୧୫ ପର୍ଯନ୍ତ ଭାରତରେ ରହିବେ । ନେପାଳୀ ସେନାର ପ୍ରମୁଖ ଭାବେ ପଦଭାର ଗ୍ରହଣ କରିବା ପରେ ଏହା ତାଙ୍କର ପ୍ରଥମ ଅଧିକାରିକ ଗ୍ରସ୍ତ ।