ପୁଣି ନକଲି ଭାରତୀୟ ନୋଟ ଛପାଇଲାଣି ଆଇଏସଆଇ, ନେପାଳ ବାଟ ଦେଇ ଭାରତକୁ ଚାଲାଣ ହେଉଛି

ନୂଆଦିଲ୍ଲୀ : ଆତଙ୍କବାଦ ବିରୋଧରେ ଦୃଢ ପଦକ୍ଷେପ ନେବାକୁ ପାକିସ୍ତାନ ଉପରେ ଏବେ ସାରା ବିଶ୍ୱରୁ ପ୍ରବଳ ଚାପ ପଡୁଛି । ଏହାକୁ ଦୃଷ୍ଟିରେ ରଖି ପାକିସ୍ତାନ ବିଶ୍ୱସମୁଦାୟକୁ ଦେଖାଇବା ପାଇଁ ନିଜର କେତେକ ଆତଙ୍କବାଦୀ କ୍ୟାମ୍ପରେ ତାଲା ପକାଇଛି । କିନ୍ତୁ ପାକିସ୍ତାନ ଯେ ନିଜ ଭାରତ ବିରୋଧୀ ଆଭିମୂଖ୍ୟ ବଦଳାଇଲା ତାହା ଭାବିବା ଭୁଲ । ବିଭିନ୍ନ ଉପାୟରେ ଭାରତକୁ କ୍ଷତିଗ୍ରସ୍ତ କରିବା ପାଇଁ ଉଦ୍ୟମ ଜାରି ରଖିଛି ପାକିସ୍ତାନ । ପାକିସ୍ତାନର କୁଖ୍ୟାତ ଗୁଇନ୍ଦା ସଂସ୍ଥା ଆଇଏସଆଇର ଏକ ପୁରୁଣା ଭାରତ ବିରୋଧୀ ଅସ୍ତ୍ର ହେଉଛି ନକଲି ଭାରତୀୟ ନୋଟ କାରବାର ।

ଗତ ୨୦୧୬ରେ ବିମୁଦ୍ରାୟନ ପରେ ପାକିସ୍ତାନରେ ଥିବା ନକଲି ଭାରତୀୟ ନୋଟ ଛାପାଖାନାଗୁଡ଼ିକ ବନ୍ଦ ହୋଇଯାଇଥିଲା । କିନ୍ତୁ ଏବେ ପାକିସ୍ତାନ ନୂଆ ନକଲି ଭାରତୀୟ ନୋଟ ଛପାଇବା ଆରମ୍ଭ କରିଛି । ନେପାଳ ବାଟ ଦେଇ ଏସବୁ ନକଲି ନୋଟକୁ ଭାରତ ମଧ୍ୟକୁ ପଠାଯାଉଛି ।
ଆଜି ଭାରତକୁ ନକଲି ନୋଟ ଆଣୁଥିବା ବେଳେ ୟୁନୁସ ଅନସାରୀ ସମେତ ଆଉ ୩ ଜଣ ପାକିସ୍ତାନୀ ନାଗରିକଙ୍କୁ କାଠମାଣ୍ଡୁ ଏୟାରପୋର୍ଟରେ ଗିରଫ କରିଛି ନେପାଳ ପୁଲିସ । ସେମାନେ କାତାର ବାଟ ଦେଇ ନକଲି ଭାରତୀୟ ନୋଟ ଆଣୁଥିଲେ । ଆଇଏସଆଇ ଇଙ୍ଗିତରେ ୟୁନୁସ ଅନସାରୀ ଗତ ଦୁଇ ଦଶନ୍ଧି ଧରି ନକଲି ଭାରତୀୟ ନୋଟ କାରବାର କରୁଥିଲା ।

ସମ୍ବନ୍ଧିତ ଖବର