କାଠମାଣ୍ଡୁ : ନେପାଳରେ ହିଂସାତ୍ମକ ଆନ୍ଦୋଳନ ଜାରି ରହିଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେବା ସତ୍ତ୍ବେ ବିକ୍ଷୋଭକାରୀଙ୍କ ରାଗ ଶାନ୍ତ ହୋଇନାହିଁ । ସେମାନେ ସୁପ୍ରିମକୋର୍ଟ, ବିଭିନ୍ନ ମନ୍ତ୍ରୀ, ପୂର୍ବତନ ପ୍ରଧାନମନ୍ତ୍ରୀ ଶେର ବାହାଦୂର ଦେଓବାଙ୍କ ଘର ଉପରେ ଆକ୍ରମଣ କରିଛନ୍ତି । ସେମାନେ ଦେଶରେ ଭ୍ରଷ୍ଟ ଶାସନ ବ୍ୟବସ୍ଥାର ମୂଳୋତ୍ପାଟନ ପାଇଁ ଦାବି କରୁଛନ୍ତି । ଏପରି ସ୍ଥିତିରେ କେତେକ ବିକ୍ଷୋଭକାରୀ ପୁଣି ହିନ୍ଦୁରାଷ୍ଟ୍ର ସ୍ଥାପନ ପାଇଁ ଦାବି କରୁଛନ୍ତି । ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ମଧ୍ୟ ଆନ୍ଦୋଳନକାରୀମାନଙ୍କୁ ସମର୍ଥନ କରିଛନ୍ତି ।
ନେପାଳ, ଯାହାକି ପୂର୍ବରୁ ପୃଥିବୀର ଏକମାତ୍ର "ହିନ୍ଦୁ ରାଜ୍ୟ" ଭାବେ ପରିଚିତ ଥିଲା, ୨୦୦୮ରେ ଗଣତନ୍ତ୍ର ଘୋଷଣା ପରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲା। କିନ୍ତୁ, ବ୍ୟାପକ ଦୁର୍ନୀତି ଓ ରାଜନୈତିକ ଅସ୍ଥିରତା ଯୋଗୁଁ ଗତ କିଛି ବର୍ଷ ଧରି ନେପାଳର ବିଭିନ୍ନ ଧର୍ମୀୟ ସଂଗଠନ ଓ କିଛି ରାଜନୈତିକ ଦଳ ପୁନର୍ବାର ନେପାଳକୁ "ହିନ୍ଦୁ ରାଷ୍ଟ୍ର" କରିବା ପାଇଁ ଦାବି କରୁଛନ୍ତି। ଗତ କିଛି ବର୍ଷ ହେଲା ଏପରି ଦାବି ବାରମ୍ବାର ଉଠୁଛି ଓ ବିକ୍ଷୋଭ ହେଉଛି ।
ନେପାଳ, ଯାହାକି ପୂର୍ବରୁ ପୃଥିବୀର ଏକମାତ୍ର "ହିନ୍ଦୁ ରାଜ୍ୟ" ଭାବେ ପରିଚିତ ଥିଲା, ୨୦୦୮ରେ ଗଣତନ୍ତ୍ର ଘୋଷଣା ପରେ ଏକ ଧର୍ମନିରପେକ୍ଷ ରାଷ୍ଟ୍ର ହୋଇଥିଲା। କିନ୍ତୁ, ବ୍ୟାପକ ଦୁର୍ନୀତି ଓ ରାଜନୈତିକ ଅସ୍ଥିରତା ଯୋଗୁଁ ଗତ କିଛି ବର୍ଷ ଧରି ନେପାଳର ବିଭିନ୍ନ ଧର୍ମୀୟ ସଂଗଠନ ଓ କିଛି ରାଜନୈତିକ ଦଳ ପୁନର୍ବାର ନେପାଳକୁ "ହିନ୍ଦୁ ରାଷ୍ଟ୍ର" କରିବା ପାଇଁ ଦାବି କରୁଛନ୍ତି।
ହିନ୍ଦୁବାଦୀଙ୍କ ମତ ହେଉଛି ଯେ ନେପାଳର ଐତିହ୍ୟ, ସଂସ୍କୃତି ଓ ପରିଚୟ ମୂଳତଃ ହିନ୍ଦୁ ଧର୍ମ ସହିତ ଜଡିତ। ପଶୁପତିନାଥ ମନ୍ଦିର, ବିଭିନ୍ନ ପ୍ରାଚୀନ ମନ୍ଦିର ଓ ଉତ୍ସବମାନଙ୍କୁ ନେଇ ନେପାଳକୁ ଏକ "ହିନ୍ଦୁ ଦେଶ" ଭାବେ ଆଲୋଚନା କରାଯାଏ।
ଏହି ଦାବିକୁ ନେଇ ନେପାଳରେ ବ୍ୟାପକ ଚର୍ଚ୍ଚା ଚାଲିଛି। ଏକ ପକ୍ଷ ମନେ କରେ, ନେପାଳକୁ ପୁନଃ "ହିନ୍ଦୁ ରାଷ୍ଟ୍ର" କଲେ ଧର୍ମୀୟ ଏବଂ ସାମାଜିକ ଏକତା ସୁଦୃଢ ହେବ। କିନ୍ତୁ ଅନ୍ୟ ପକ୍ଷରେ, ଗଣତନ୍ତ୍ରୀୟ ଓ ସେକ୍ୟୁଲାର ମୂଲ୍ୟବୋଧକୁ ସୁରକ୍ଷା କରିବାକୁ ଚାହୁଁଥିବା ଲୋକମାନେ କହୁଛନ୍ତି ଯେ, ନେପାଳର ବହୁସାମ୍ପ୍ରଦାୟିକ ସମାଜର ପାଇଁ ସେକ୍ୟୁଲାରିଜମ୍ ଅବଶ୍ୟକ।