କାଠମାଣ୍ଡୁ : ମାଉଣ୍ଟ ଏଭରେଷ୍ଟ ଚଢ଼ିବା ପର୍ବତାରୋହୀମାନଙ୍କ ପାଇଁ ମହଙ୍ଗା ହେବାକୁ ଯାଉଛି । ୨୦୨୫ରୁ ମାଉଣ୍ଟ ଏଭରେଷ୍ଟ ଚଢ଼ିବା ପାଇଁ ଅନୁମତି ପାଇବା ପାଇଁ ବର୍ତ୍ତମାନର ୧୧ ହଜାର ଡଲାର (୯ ଲକ୍ଷ ଟଙ୍କା) ବଦଳରେ ୧୫ ହଜାର ଡଲାର (୧୨ ଲକ୍ଷ ୩୮ ହଜାର ଟଙ୍କା) ଆଦାୟ କରିବେ ନେପାଳ ସରକାର । ଏହି ଫି' ବୃଦ୍ଧି ଦ୍ୱାରା ସରକାର କୁଲି, ଶ୍ରମିକ ଓ ଚଢ଼ିବା ପାଇଁ ଗାଇଡମାନଙ୍କ ବୀମା, ଦରମା ଓ ଅନ୍ୟାନ୍ୟ ସୁବିଧାରେ ଉନ୍ନତି ଆଣିବେ। ନେପାଳ ସରକାର କହିଛନ୍ତି ଯେ ଅନେକ ଏଜେନ୍ସି  ୨୦୨୪ ପାଇଁ ବୁକିଂ ନେଇସାରିଛନ୍ତି, ତେଣୁ ସେମାନଙ୍କୁ ଏହି ଅତିରିକ୍ତ ସମୟ ଦିଆଯାଉଛି ।

Advertisment

୨୦୨୫ରୁ ମାଉଣ୍ଟ ଏଭରେଷ୍ଟ ଚଢ଼ିବାକୁ ଚାହୁଁଥିବା ବିଦେଶୀ ନାଗରିକଙ୍କ ପାଇଁ ପର୍ଯ୍ୟଟନ ବିଭାଗ ୧୫ ହଜାର ଆମେରିକୀୟ ଡଲାରର ନୂଆ ରୟାଲଟି ଫି' ଦେବାକୁ ପ୍ରସ୍ତାବ ଦେଇଛି ବୋଲି ନେପାଳ ସରକାରଙ୍କ  ପର୍ଯ୍ୟଟକ ବିଭାଗର ମୁଖପାତ୍ର ଯୁବରାଜ ଖଟିୱାଡ଼ା କହିଛନ୍ତି। ଏହି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ କରିବା ପରେ ନୂଆ ଫି' ଲାଗୁ ହେବ।

ବିଦେଶୀ ପର୍ବତାରୋହୀମାନଙ୍କ ନିମନ୍ତେ ଶୁଳକ ବୃଦ୍ଧି କରିବାକୁ ନେପାଳ ସରକାର ପ୍ରସ୍ତାବ ଦେଇଥିଲେ ବି ନେପାଳର ପର୍ବତାରୋହୀମାନଙ୍କ ପାଇଁ ଏପରି କୌଣସି ପ୍ରସ୍ତାବ ଦିଆଯାଇନାହିଁ । ଏବେ ସେମାନଙ୍କୁ ୭୫ ହଜାର (ନେପାଳୀ) ଟଙ୍କା ଦେବାକୁ ପଡ଼ୁଛି । ଶେଷଥର ପାଇଁ ୨୦୧୫ରେ ନେପାଳ ସରକାର ଏଭରେଷ୍ଟ ଚଢିବା ଶୁଳକ ବୃ୍ଦ୍ଧି କରିଥିଲେ ।