କରୋନା ଭାଇରସ୍‌: ଚୀନକୁ ସହାୟତାର ହାତ ବଢ଼ାଇଲା ନେପାଳ, ପଠାଇଲା ୧ ଲକ୍ଷ ମାସ୍କ

ବେଜିଂ: ଚୀନର ଉହାନ ସହରରୁ ସୃଷ୍ଟି ହୋଇଥିବା ମାରାତ୍ମକ କରୋନା ଭାଇରସ୍‌ ଧୀରେ ଧୀରେ ତା’ର କାୟା ବିସ୍ତାର କରି ଚାଲିଥିବା ବେଳେ ଏବେ ପଡ଼ୋଶୀ ରାଷ୍ଟ୍ର ନେପାଳ ଚୀନକୁ ସମବେଦନା ଜଣାଇ ସହାୟତାର ହାତ ବଢ଼ାଇଛି। ଚୀନକୁ ଏକ ଲକ୍ଷ ମାସ୍କ ପଠାଇଛି ନେପାଳ । ସାଧାରଣତଃ ବାୟୁଜନିତ ସଂକ୍ରମଣରେ ଏହା ଅଧିକ ତୀବ୍ର ବେଗରେ ବ୍ୟାପୁଥିବାରୁ ସମସ୍ତ ଲୋକଙ୍କୁ ପ୍ରଥମେ ମାସ୍କ ବ୍ୟବହାର କରିବା ଜରୁରୀ ହୋଇପଡିଛି । ଚୀନରେ ଏବେ ଘରୁ ବାହାରିବା ପୂରା ମନା କରାଯାଇଛି । ଏପରି ସ୍ଥିତିରେ ଚୀନର ଲୋକଙ୍କ ବ୍ୟବହାର ପାଇଁ ଏକ ଲକ୍ଷ ମାସ୍କ ପଠାଇଛି ନେପାଳ।


World Health Organization

ଏପଟେ ଏହି ଭାଇରସ୍‌ ବାଦୁଡ଼ି, ସାପ ଏବଂ ବଜ୍ରକାପ୍ତା ଦ୍ବାରା ମଣିଷ ଶରୀରକୁ ଯାଇଥିବା ସ‌ନ୍ଦେହ କରାଯାଉଥିବା ବେଳେ ଏବେ ଚୀନ୍‌ର ସି ଫୁଡ୍‌ (ସାମୁଦ୍ରିକ ଖାଦ୍ୟ) ଉପରେ ସନ୍ଦେହ ବଢ଼ିବାରେ ଲାଗିଛି। ସି ଫୁଡ୍‌ ଭାଇରସ୍‌ ବ୍ୟାପିବାର ଅନ୍ୟତମ କାରଣ ବୋଲି କେତେକ ଗବେଷଣା ସଂସ୍ଥା ଦର୍ଶାଇବା ପରେ ଚୀନ୍‌ ସରକାର ଏହାର ଆମଦାନି-ରପ୍ତାନି ବନ୍ଦ କରିଛନ୍ତି। ଏ ଦିଗରେ ଆଗୁଆ ସତର୍କତା ପଦକ୍ଷେପ ଗ୍ରହଣ କେତେକ ରାଷ୍ଟ୍ର ୩ ଦିନ ତଳୁ ଚୀନ୍‌ରୁ ସି ଫୁଡ୍‌ ଆମଦାନି ଉପରେ କଠୋର କଟକଣା ଲଗାଇଛନ୍ତି। ଚୀନ୍‌ ମଧ୍ୟ ଅଷ୍ଟ୍ରେଲିଆରୁ ଆସୁଥିବା ସି ଫୁଡ୍‌ ଉପରେ ପ୍ରତିବନ୍ଧକ ଲଗାଇଥିବାରୁ ବ୍ୟବସାୟୀ ପ୍ରଭାବିତ ହୋଇଛନ୍ତି। ଚୀନ୍‌ରେ କରୋନାର ଉତ୍ପତ୍ତିସ୍ଥଳ କୁହାଯାଉଥିବା ଉହାନ ସମେତ ପ୍ରାୟ ୩୦ରୁ ଅଧିକ ସହରରେ ସି ଫୁଡ୍‌ ବଜାର ବନ୍ଦ କରାଯାଇଛି। ଏହା ଦ୍ବାରା ସାମୁଦ୍ରିକ ଖାଦ୍ୟ ବଜାର ଚୀନ୍‌ରେ ଠପ୍‌ ହୋଇଯାଇଛି।

ସମ୍ବନ୍ଧିତ ଖବର