ନୂଆଦିଲ୍ଲୀ: ନେପାଳରେ ଏକ ବଡ଼ ରାଜନୈତିକ ପରିବର୍ତ୍ତନ ଘଟୁଛି । ଧର୍ମନିରପେକ୍ଷ ଗଣତନ୍ତ୍ରକୁ ହଟାଇ ପୁଣି ଥରେ ରାଜତନ୍ତ୍ର ଓ ହିନ୍ଦୁ ରାଷ୍ଟ୍ର ପ୍ରତିଷ୍ଠା ପାଇଁ ଲୋକେ ରାସ୍ତାକୁ ଓହ୍ଲାଇଛନ୍ତି । ରବିବାର ଦିନ ଯେତେବେଳେ ନେପାଳର ପୂର୍ବତନ ରାଜା ଜ୍ଞାନେନ୍ଦ୍ର ପୋଖରାରୁ କାଠମାଣ୍ଡୁ ବିମାନବନ୍ଦରରେ ଅବତରଣ କରିଥିଲେ, ସେତେବେଳେ ପ୍ରାୟ ୧୦,୦୦୦ ନେପାଳୀ ନାଗରିକ ତାଙ୍କୁ ସ୍ୱାଗତ କରିବା ପାଇଁ ରାସ୍ତାରେ ଉପସ୍ଥିତ ଥିଲେ। ନେପାଳରେ ରାଜତନ୍ତ୍ର ଶେଷ ହେବା ପରେ ପ୍ରଥମ ଥର ପାଇଁ ଜ୍ଞାନେନ୍ଦ୍ରଙ୍କ ସମର୍ଥନରେ ଏତେ ସଂଖ୍ୟକ ଲୋକ ଏକାଠି ହୋଇଛନ୍ତି। ୨୦୦୬ରେ ନେପାଳରେ ରାଜତନ୍ତ୍ରର ଅନ୍ତ ଘଟିଥିଲା।
ଜ୍ଞାନେନ୍ଦ୍ରଙ୍କ ନେପାଳ ପ୍ରତ୍ୟାବର୍ତ୍ତନକୁ ନେଇ ବିଭିନ୍ନ ଚର୍ଚ୍ଚା ଚାଲିଛି। ଗୋଟିଏ ପଟେ ଜ୍ଞାନେନ୍ଦ୍ର ପୁଣି ଥରେ ନେପାଳବାସୀଙ୍କ ବିଶ୍ୱାସ ଜିତିବାକୁ ଚେଷ୍ଟା କରୁଥିବା କୁହାଯାଉଥିବା ବେଳେ ଅନ୍ୟପଟେ ସେ ନିଜର ପୁରୁଣା ରାଜନୈତିକ ପାପର ହିସାବ ଦିଅନ୍ତୁ ବୋଲି ଦାବି ଉଠୁଛି ।
ନେପାଳୀ ଗଣମାଧ୍ୟମ ମୁତାବକ ନେପାଳ ଫେରିବା ପୂର୍ବରୁ ଜ୍ଞାନେନ୍ଦ୍ର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ । ଦୁହେଁ କାହିଁକି ସାକ୍ଷାତ କଲେ ସେ ସମ୍ପର୍କରେ ଜ୍ଞାନେନ୍ଦ୍ର କିମ୍ବା ଯୋଗୀ ଆଦିତ୍ୟନାଥ କୌଣସି ସୂଚନା ଦେଇନଥିଲେ।
ଏସବୁ ଭିତରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ମଧ୍ୟ ନେପାଳରେ ଚର୍ଚ୍ଚା ଜୋର ଧରିଛି। ନେପାଳରେ ଜ୍ଞାନେନ୍ଦ୍ରଙ୍କ ପ୍ରବେଶକୁ ଯୋଗୀଙ୍କ ସହ ଯୋଡ଼ି କାହାଣୀ ଲେଖାଯାଉଛି। ଜ୍ଞାନେନ୍ଦ୍ରଙ୍କ ରାଲିରେ ଯୋଗୀଙ୍କ ପୋଷ୍ଟର ଥିବାରୁ ଏହି ଚର୍ଚ୍ଚା ଆହୁରି ଜୋର ଧରିଛି। ନେପାଳୀ ଗଣମାଧ୍ୟମ ମୁତାବକ ନେପାଳ ଫେରିବା ପୂର୍ବରୁ ଜ୍ଞାନେନ୍ଦ୍ର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିଥିଲେ । ଦୁହେଁ କାହିଁକି ସାକ୍ଷାତ କଲେ ସେ ସମ୍ପର୍କରେ ଜ୍ଞାନେନ୍ଦ୍ର କିମ୍ବା ଯୋଗୀ ଆଦିତ୍ୟନାଥ କୌଣସି ସୂଚନା ଦେଇନଥିଲେ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ନେପାଳରେ ୮୧ ପ୍ରତିଶତ ହିନ୍ଦୁ ଯୋଗୀଙ୍କୁ ଜଣେ କଠୋର ଏବଂ ଆଦର୍ଶ ହିନ୍ଦୁ ନେତା ଭାବରେ ଦେଖନ୍ତି । ଜ୍ଞାନେନ୍ଦ୍ର ଓ ଯୋଗୀଙ୍କ ସାକ୍ଷାତକୁ ନେପାଳୀ ଗଣମାଧ୍ୟମ ଏହି ଦୃଷ୍ଟିକୋଣରୁ ଦେଖୁଛି।