ନୂଆଦିଲ୍ଲୀ : ବିଦେଶୀ ଟିଭି ଚ୍ୟାନେଲଗୁଡ଼ିକୁ ବିଜ୍ଞାପନମୁକ୍ତ କଲା ନେପାଳ | ନେପାଳର ଟେଲିଭିଜନ ପ୍ରସାରଣ ପ୍ରଣାଳୀରେ 'କ୍ଲିନ୍-ଫିଡ୍ ନୀତି' ଶୁକ୍ରବାର ମଧ୍ୟରାତ୍ରିରୁ କାର୍ଯ୍ୟକାରୀ ହୋଇଛି, ଯାହା ଆନ୍ତର୍ଜାତୀୟ ବିଜ୍ଞାପନଦାତାଙ୍କୁ ବିଦେଶୀ ଟେଲିଭିଜନ ଚ୍ୟାନେଲରେ ବିଜ୍ଞାପନ ପ୍ରସାରଣ କରିବା ଉପରେ ରୋକ ଲଗାଇଛି । ଗତ ବର୍ଷ 'କ୍ଲିନ୍ ଫିଡ୍ ପଲିସି' ଘୋଷଣା କରିଥିଲା ନେପାଳ | ଏହି ପଲିସି ଅନୁଯାୟୀ, ଅକ୍ଟୋବର ୨୩, ୨୦୨୦ମଧ୍ୟରେ ବିଦେଶୀ ଟିଭି ଚ୍ୟାନେଲଗୁଡ଼ିକ ଆନ୍ତର୍ଜାତୀୟ ବିଜ୍ଞାପନ ଦେବା ବନ୍ଦ କରିବେ, ନଚେତ ସେହି ଚ୍ୟାନେଲଗୁଡିକର ନେପାଳରେ ପ୍ରଦର୍ଶନ ବନ୍ଦ କରିଦିଆଯିବ |

Advertisment

ଗତକାଲି ଏହି ନିୟମ ଲାଗୁ କରାଯାଇ ଆନ୍ତର୍ଜାତୀୟ ବିଜ୍ଞାପନ ବନ୍ଦ କରି ନଥିବା ବିଦେଶୀ ଟିଭି ଚ୍ୟାନେଲ, ବିଶେଷ କରି ଭାରତୀୟ ଚ୍ୟାନେଲଗୁଡିକୁ ବନ୍ଦ କରିଦିଆଯାଇଛି | ଏବେ ନେପାଳରେ ନୂତନ 'କ୍ଲିନ୍ ଫିଡ୍ ପଲିସି' ଲାଗୁ କରାଯାଇ ଆନ୍ତର୍ଜାତୀୟ ବିଜ୍ଞାପନ ପରିବର୍ତ୍ତେ ଆଞ୍ଚଳିକ ବିଜ୍ଞାପନ ପ୍ରସାରଣ ହେବ | ଏକ ସପ୍ତାହ ପୂର୍ବରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ନେପାଳ ସୂଚନା ଓ ଯୋଗାଯୋଗ ମନ୍ତ୍ରୀ ପର୍ବତ ଗୁରୁଙ୍ଗ ଏହି ନୂତନ ବ୍ୟବସ୍ଥାକୁ 'ଐତିହାସିକ ନିଷ୍ପତ୍ତି' ବୋଲି କହିଥିଲେ।

DSN | » Govt to be flexible while implementing 'clean feed' in television channels DSN | Digital System of Nepal

ସେ କହିଥିଲେ ଯେ, "ବିଜ୍ଞାପନ ନିୟମାବଳୀ ଅଧିନିୟମ- ୨୦୧୯ ଏବଂ ନିୟମାବଳୀ ୨୦୨୦ ଅନୁଯାୟୀ, ଅକ୍ଟୋବର ୨୪ , ୨୦୨୦ର ପ୍ରାରମ୍ଭରୁ 'କ୍ଲିନ୍ ଫିଡ୍ ନୀତି' କାର୍ଯ୍ୟକାରୀ ହେବ ଏବଂ ଏ ନେଇ ସମସ୍ତଙ୍କୁ ଜଣାଇ ଦିଆଯିବ। ସରକାରଙ୍କ ଏହି ନିଷ୍ପତିକୁ ସମର୍ଥନ କରିବା ପାଇଁ ସମସ୍ତଙ୍କୁ ଅନୁରୋଧ କରାଯାଇଛି। ନେପାଳରେ 'କ୍ଲିନ୍ ଫିଡ୍' ଲାଗୁ କରିବାର ନିଷ୍ପତ୍ତି ଏକ ଐତିହାସିକ ନିଷ୍ପତ୍ତି ଏବଂ ଆମେ ୨୦୧୬ ଠାରୁ ଅନେକ ଆଲୋଚନା, ନିୟମାବଳୀ ଏବଂ ବିଭିନ୍ନ ଧାରାକୁ ସଂଶୋଧନ କରି ଏହା ଉପରେ କାର୍ଯ୍ୟ କରୁଛୁ ବୋଲି ଯୋଗାଯୋଗ ମନ୍ତ୍ରୀ ଗୁରୁଙ୍ଗ କହିଥିଲେ। ନୂତନ ନୀତି ଟେଲିଭିଜନ ସିଗନାଲ ବିତରକମାନଙ୍କୁ ବିଦେଶୀ ଟେଲିଭିଜନ ଚ୍ୟାନେଲରେ ଥିବା ବିଜ୍ଞାପନକୁ ସ୍ଥାନୀୟ ବିଜ୍ଞାପନ ସହିତ ବଦଳାଇବାକୁ ଅନୁମତି ଦେଇଥାଏ |