ନେପାଳରେ ଆଇଏସ୍‌ଆଇ ଏଜେଣ୍ଟଙ୍କୁ ଗୁଳିକରି ହତ୍ୟା

ନୂଆଦିଲ୍ଲୀ/କାଠମାଣ୍ଡୁ: ନେପାଳରେ ଶୁକ୍ରବାର ଜଣେ ଆଇଏସଆଇ ଏଜେଣ୍ଟକୁ ଗୁଳିକରି ହତ୍ୟା କରାଯାଇଛି। ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ଆଇଏସଆଇ ଏଜେଣ୍ଟକୁ ଗୁଳିକରି ହତ୍ୟା କରିବା ପରେ ଅଭିଯୁକ୍ତମାନେ ଭାରତ ସୀମାରେ ପ୍ରବେଶ କରିଛନ୍ତି। ଏହି ଘଟଣା ଦକ୍ଷିଣ-ପୂର୍ବ ନେପାଳର ସୁନସରିସ୍ଥିତ ଭୁଟହା ଅଞ୍ଚଳରେ ଘଟିଛି।

କୁହାଯାଉଛି ଯେ, ଖୁର୍ସିଦ ଆଲାମ ନେପାଲରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା ଆଇଏସଆଇ ପାଇଁ କାମ କରୁଥିଲା। ତଦନ୍ତ ଏଜେନ୍ସି ମୁତାବକ ଖୁର୍ସିଦ ଭାରତର ବଡ଼ ବଡ଼ ସହରରେ ବିସ୍ଫୋରଣ କରି ଶହ ଶହ ଲୋକଙ୍କୁ ହତ୍ୟା କରି ଇଣ୍ଡିଆନ ମୁଜାହିଦୀନ ଆତଙ୍କବାଦୀଙ୍କୁ ନେପାଳରେ ସୁରକ୍ଷା ଦେଉଥିଲା।

ଖୁର୍ସିଦ ପ୍ରଥମ ଥର ଯାଞ୍ଚ ଏଜେନ୍ସିର ଜାଲରେ ଦିଲ୍ଲୀର ବାଟଲା ହାଉସ ଏନ୍‌କାଉଣ୍ଟର ମାମଲାରେ ସାମ୍ନାକୁ ଆସିଥିଲା। ଏହି ଘଟଣାରେ ଦିଲ୍ଲୀ ସ୍ପେଶାଲ ପୁଲିସ ମୋହନ ଚନ୍ଦ୍ର ଶର୍ମାଙ୍କ ଉପରକୁ ଗୁଳି ଚଳାଇଥିବା ଇଣ୍ଡିଆନ ମୁଜାହୀଦିନର ଆତଙ୍କବାଦୀ ସହଜାଦ ଓ ସଲମାନଙ୍କୁ ଗିରଫ କରିଥିଲା। ଏହି ଦୁଇ ଜଣଙ୍କୁ ପଚରାଉଚରା ବେଳେ ଖୁର୍ସିଦର ନାମ ସାମ୍ନାକୁ ଆସିଥିଲା।

ସମ୍ବନ୍ଧିତ ଖବର