ନୂଆଦିଲ୍ଲୀ: ନେପାଳର ଜଣେ ମେୟରଙ୍କ ବଡ଼ଝିଅ ଗୋଆରୁ ନିଖୋଜ ହୋଇଯାଇଛନ୍ତି। ଗତ ମଙ୍ଗଳବାର ଠାରୁ ନିଖୋଜ ହୋଇଥିବା ମେୟରଙ୍କ ଝିଅଙ୍କ ବୟସ ୩୩ବର୍ଷ ନାମ ଆରତୀ ହମାଲ ବୋଲି ଜଣାପଡ଼ିଛି। ମେୟର ଗୋପାଳ ହମଲ ଝିଅ ନିଖୋଜ ହେବା ନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ପୁଲିସ ସୂତ୍ରରୁ ପ୍ରକାଶ, ଆରତୀ ନିଖୋଜ ହେବା ନେଇ ଓସୋ ମେଡିଟେସନ ସେଣ୍ଟର ପକ୍ଷରୁ ତାଙ୍କ ପରିବାରକୁ ଅବଗତ କରାଯାଇଥିଲା। କାରଣ ଗତକିଛି ମାସ ହେବ  ଆରତୀ ଓସୋ ମେଡିଟେସନ ସେଣ୍ଟରରେ ଆସି ରହୁଥିଲେ। ଗତସୋମବାର ରାତିରୁ ତାଙ୍କୁ ଆଉ କେହି ଦେଖିବାକୁ ନପାଇବାରୁ ଆରତୀଙ୍କ ପରିବାରଲୋକଙ୍କୁ ଏସମ୍ପର୍କରେ ସୂଚନା ଦିଆଯାଇଥିଲା। ଏହାପରେ ଆରତୀଙ୍କ ବାପା ଥାନାରେ ଝିଅ ନିଖୋଜ ମାମଲା ରୁଜୁ କରିଥିଲେ। ଏହାକୂ ଆଧାର କରି ଆମେ ତଦନ୍ତ ଆରମ୍ଭ କରିଛୁ। ଶେଷଥର ପାଇଁ ଆରତୀଙ୍କୁ ଗତ ସୋମବାର ରାତି୯.୩୦ରେ ଅଶ୍ବେମ ବ୍ରିଜ ନିକଟରେ ଦେଖିବାକୁ ମିଳିଥିଲା।

ଆରତୀଙ୍କ ବାପା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ନିଜର ନିଖୋଜ ଝିଅକୁ ଖୋଜି ଆଣିବା ପାଇଁ ଗୋଆବାସୀଙ୍କୁ ଅନୁରୋଧ କରିବା ସହିତ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ‘ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି ମୋ ଝିଅକୁ ଖୋଜି ଆଣନ୍ତୁ। ଝିଅକୁ ଖୋଜିବାରେ ଆମକୁ ସାହାଯ୍ୟ କରନ୍ତୁ। ଯଦି କିଛି ଆବଶ୍ୟକତା ପଡେ ୯୭୯୪୦୯୬୦୧୪/ ୮୨୭୩୫୩୮୧୩୨/ ୯୩୮୯୬୦୭୯୫୩ ମୋବାଇଲ ନମ୍ବରରେ ଯୋଗାଯାଗ କରନ୍ତୁ।’