ନେପାଳ ଲୋକଙ୍କ ମଧ୍ୟରେ ଭାରତ ବିରୋଧୀ ଭାବନାକୁ ବଢାଉଛନ୍ତି ଚୀନ-ପାକ, ଦାର୍ଜିଲିଂକୁ ନେପାଳରେ ମିଶାଇବାକୁ ଅଭିଯାନ

ନୂଆଦିଲ୍ଲୀ : ନୂଆ ନୂଆ ଦିଗରୁ ଭାରତକୁ ସମସ୍ୟାରେ ପକାଇବା ପାଇଁ ଭାରତର ଦୁଇ ଶତ୍ରୁ ଦେଶ ଚୀନ ଓ ପାକିସ୍ତାନ ଭାରତର ବନ୍ଧୁ ରାଷ୍ଟ୍ରମାନଙ୍କୁ ଉସୁକାଉଛନ୍ତି । ମାଳଦ୍ୱୀପରେ ଏପରି କରିବାରେ ଚୀନ-ପାକିସ୍ତାନ ଏକରପ୍ରକାରେ ସଫଳ ହୋଇଥିଲେ । କିନ୍ତୁ ମୋଦି ସରକାରଙ୍କ ବିଚକ୍ଷଣ ରଣନୀତି ଫଳରେ ଏବେ ସ୍ଥିତି ଓଲଟିଯାଇଛି । ଏବେ ମାଳଦ୍ୱୀପରେ ଭାରତ ସପକ୍ଷବାଦୀ ସରକାର ଅଛନ୍ତି ।

ମାଳଦ୍ୱୀପରେ ବିଫଳ ହେଲା ପରେ ଏହି ଦୁଇ ଦେଶ ଏବେ ନେପାଳକୁ ଭାରତ ବିପକ୍ଷରେ ଉସୁକାଉଛନ୍ତି । ନେପାଳରେ ଥିବା ବିଭିନ୍ନ ଏନଜିଓ ମାନଙ୍କୁ ହାତ କରି ଲୋକମାନଙ୍କ ମଧ୍ୟରେ ଭାରତ ବିରୋଧୀ ମନୋଭାବକୁ ବଢାଉଛନ୍ତି । ନେପାଳର ଏକ ଏନଜିଓ ଗ୍ରେଟର ନେପାଳ ନାସନାଲିଷ୍ଟ ଫ୍ରଣ୍ଟ ଏବେ ଦାବି କରିଛି ଯେ ବ୍ରିଟିଶ ସରକାରଙ୍କ ଅମଳରେ ଭାରତ ହାତକୁ ଚାଲିଯାଇଥିବା ଦାର୍ଜିଲିଂ ଓ ଆଉ କେତେକ ଅଂଚଳକୁ ଭାରତ ଫେରାଇ ଦେଉ । ଏଥିପାଇଁ ଏହି ସଂସ୍ଥା ପକ୍ଷରୁ ଏକ ଦସ୍ତଖତ ସଂଗ୍ରହ ଅଭିଯାନ ଆରମ୍ଭ କରାଯାଇଛି ।

୧୮୧୫ରେ ବ୍ରିଟିସ ନେପାଳ ଯୁଦ୍ଧ ସମାପ୍ତି ପରେ ସ୍ୱାକ୍ଷରିତ ସୁଗୋଲି ଚୁକ୍ତି ଅନୁସାରେ ନେପାଳ ଇଷ୍ଟ ଇଣ୍ଡିଆ କମ୍ପାନି ଶାସିତ ଭାରତକୁ ଏହି ସବୁ ଅଂଚଳ ସମର୍ପଣ କରିଥିଲା ।

ସମ୍ବନ୍ଧିତ ଖବର