ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ ପାଇଁ ଭାରତ ଓ ଚୀନକୁ ନେପାଳର ଆହ୍ଵାନ

କାଠମାଣ୍ଡୁ : ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନା ବଢିି ଯୁଦ୍ଧ ପରିସ୍ଥିତି ସୃଷ୍ଟି ହୋଇଛି । ଦୁଇଦେଶର ସୈନ୍ୟ ସୀମାରେ ଠୁଳ ହୋଇଛନ୍ତି । ତେବେ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏହି ସମସ୍ୟାର ସମାଧାନ ପାଇଁ ନେପାଳ ଆହ୍ଵାନ ଜଣାଇଛି ।
ଏକ ବୟାନ ଜାରି କରି ନେପାଳର ବୈଦେଶିକ ମନ୍ତ୍ରାଳୟ କହିଛି ଯେ ଶାନ୍ତିପୂର୍ଣ୍ଣ ଆଲୋଚନା ମାଧ୍ୟମରେ ଏସିଆର ଏହି ଦୁଇ ବୃହତ ଶକ୍ତି ମଧ୍ୟ ଦେଖାଦେଇଥିବା ବିବାଦର ସମାଧାନ ହୋଇପାରିବ । ଦୁଇ ଦେଶ ଏହି ବିବାଦର ଶାନ୍ତିପୂର୍ଣ୍ଣ ସମାଧାନ କରିବାକୁ ସକ୍ଷମ ହେବେ ବୋଲି ନେପାଳ ଆଶା ପ୍ରକଟ କରିଛି ।
ଗତ ଜୁନ ୧୫-୧୬ ରାତିରେ ଲଦାଖର ଗଲଓ୍ଵାନ ଉପତ୍ୟାକାରେ ଭାରତୀୟ ଓ ଚୀନ ସୈନ୍ୟଙ୍କ ସଂଘର୍ଷରେ ୨୦ ଭାରତୀୟ ସୈନ୍ୟ ସହିଦ ହୋଇଥିଲେ । ଏହି ଘଟଣାରେ ଚୀନର ସବୁଠାରୁ ଅଧିକ ଯବାନ ମୃତାହତ ହୋଇଥିଲେ ମଧ୍ୟ ପ୍ରକୃତ ସଂଖ୍ୟା ଜଣାପଡ଼ିନାହିଁ ।
ଚୀନ ଗଲଓ୍ଵାନ ଘାଟିକୁ ନିଜର ବୋଲି କହୁଥିବାବେଳେ ଭାରତ ତାହାକୁ ବିରୋଧ କରିଛି । ଲଦାଖରେ ଥିବା ଗଲଓ୍ଵାନ ଘାଟି ସଂପର୍କରେ ଭାରତର ସ୍ଥିତି ଐତିହାସିକଭାବେ ସ୍ପଷ୍ଟ ରହିଆସିଛି । ଏହା ଭାରତୀୟ ଅଞ୍ଚଳ ବୋଲି ଭାରତ କହୁଛି ।

ସମ୍ବନ୍ଧିତ ଖବର