କାଠମାଣ୍ଡୁ: ନେପାଳର କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦର (ଟିଆଇଏ) ରେ ଆଜି ଏକ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଉଡ଼ାଣ କରୁଥିବା ସମୟରେ ସୌର୍ଯ୍ୟ ଏୟାରଲାଇନ୍ସର ସିଆର୍ଜେ-୨୦୦ ବିମାନ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୮ ଜଣଙ୍କର ମୃତ୍ୟୁ ହୋଇସାରିଛି। ବିମାନରେ ୧୯ଜଣ ଥିବା ସହ ଏବେ ବିମାନର ପାଇଲଟ ଚିକିତ୍ସାଧୀନ ଥିବା ଜଣାପଡ଼ିଛି। ତେବେ ଦୁର୍ଘଟଣାଟି କିଭଳି ଘଟିଥିଲା, ତାହାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି।
Saurya Airlines aircraft crashes during takeoff in Tribhuvan International Airport, Kathmandu. 19 people were aboard the Pokhara-bound plane. #Nepal #SauryaAirlines #planecrash pic.twitter.com/ypAgNE98ww
— Asia News (@asianewsteam) July 24, 2024
ସ୍ଥାନୀୟ ଲୋକ ରେକର୍ଡ କରିଥିବା ଭିଡିଓରେ ଦେଖାଯାଇଛି ଯେ, ବିମାନଟି ଏକ ଘର ପାଖରେ ଖସିପଡ଼ିବା ସହ ସେଥିରେ ନିଆଁ ଲାଗିଯାଇଛି। ବିମାନରୁ ବାହାରୁଥିବା ଧୂଆଁ ପାଖ ଅଞ୍ଚଳରେ ବ୍ୟାପି ଯାଇଛି।
Sad news Plane crash in Nepal pic.twitter.com/cTL1r9bMJn
— Abdul Shah (@abdulshah918) July 24, 2024
ଅନ୍ୟ ଏକ ଭିଡିଓରେ ବିମାନବନ୍ଦରର ଯାତ୍ରୀ ରେକର୍ଡ କରିଥିବା ଦୃଶ୍ୟ ଦେଖିବାକୁ ମିଳିଛି, ଯେଉଁଥିରେ ବିମାନଟି ଉଡ଼ାଣ ପରେ ଓଲଟି ପଡ଼ିବାରୁ ତଳେ ପଡ଼ି ସେଥିରେ ନିଆଁ ଲାଗିଯାଉଥିବା ଦେଖିବାକୁ ମିଳିଛି।।
🔴#BREAKING | Video Shows Exact Moment Plane Crashed At Kathmandu Airport #NepalPlaneCrash #Kathmandu #Nepal pic.twitter.com/saj1eUNN9m
— NDTV (@ndtv) July 24, 2024