କାଠମାଣ୍ଡୁ: ସୋମବାର ଆରମ୍ଭ ହୋଇଥିବା ଜେନ୍-ଜି ବିପ୍ଲବ ଦ୍ବିତୀୟ ଦିନ ମଧ୍ୟ ଜାରି ରହିଛି। ସରକାର ସୋସିଆଲ ମିଡିଆ ଉପରୁ ପ୍ରତିବନ୍ଧକ ହଟାଇସାରିଥିଲେ ବି କାଠମାଣ୍ଡୁର ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି। ସରକାରଙ୍କ ସୋସିଆଲ ମିଡିଆ ଉପରେ ପ୍ରତିବନ୍ଧକ ବିରୋଧରେ ଆରମ୍ଭ ହୋଇଥିବା ହିଂସାତ୍ମକ ପ୍ରତିବାଦ ତୀବ୍ର ହେବା ପରେ ମଙ୍ଗଳବାର ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଇସ୍ତଫା ଦେଇଛନ୍ତି। ତାଙ୍କ ସହଯୋଗୀ ପ୍ରକାଶ ସିଲୱାଲ ଏହା ନିଶ୍ଚିତ କରିଛନ୍ତି।

Advertisment

ତାଙ୍କ ଇସ୍ତଫା ପତ୍ରରେ ଓଲି ଲେଖିଛନ୍ତି ଯେ "ସମସ୍ୟାର ସମାଧାନକୁ ସହଜ କରିବା ଏବଂ ଏହାକୁ ରାଜନୈତିକ ଭାବରେ ସମାଧାନ କରିବାରେ ସାହାଯ୍ୟ କରିବା ପାଇଁ ମୁଁ ଇସ୍ତଫା ଦେଉଛି।" ନେପାଳରେ ସୋସିଆଲ ମିଡିଆ ପ୍ଲାଟଫର୍ମ ଉପରୁ ପ୍ରତିବନ୍ଧକ ଉଠାଇବା ପାଇଁ ଘୋଷଣା କରାଯିବା ସତ୍ତ୍ୱେ ଦ୍ୱିତୀୟ ଦିନ ମଧ୍ୟ ବିରୋଧ ପ୍ରଦର୍ଶନ ଜାରି ରହିଛି। ସୋମବାର ୨୦ଜଣଙ୍କ ମୃତ୍ୟୁ ଏବଂ ୨୫୦ରୁ ଅଧିକ ଆହତ ହେବା ପରେ ପ୍ରଦର୍ଶନକାରୀମାନେ ଓଲିଙ୍କ ଇସ୍ତଫା ଏବଂ ସରକାର ଭାଙ୍ଗିବା ପାଇଁ ଦାବି କରିଥିଲେ।

ଇସ୍ତଫା ଦେବାର କିଛି ଘଣ୍ଟା ପୂର୍ବରୁ, ଓଲି ପ୍ରତିବାଦକାରୀମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଏବଂ ସଂଯମତା ଅବଲମ୍ବନ କରିବାକୁ ନିବେଦନ କରିଥିଲେ। ଏହା ସହ ଆଲୋଚନା ମାଧ୍ୟମରେ ସମାଧାନ ପାଇଁ ଆହ୍ୱାନ ଦେଇଥିଲେ। ସେ ସଙ୍କଟର ସମାଧାନ ପାଇଁ ସନ୍ଧ୍ୟା ୬ଟାରେ ସର୍ବଦଳୀୟ ବୈଠକ କରିବାକୁ ମଧ୍ୟ ଘୋଷଣା କରିଥିଲେ। ହେଲେ ଏହା ପୂର୍ବରୁ ହିଂସା ବଢ଼ୁଥିବା ଦେଖି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ନେପାଳ ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ ସିଗଡେଲଙ୍କ ସହ କଥା ହୋଇଥିଲେ। ପରିସ୍ଥିତିକୁ ନିୟନ୍ତ୍ରଣ କରିବା ଏବଂ ବାସଭବନରୁ ତାଙ୍କର ନିରାପଦ ପ୍ରସ୍ଥାନ ସୁନିଶ୍ଚିତ କରିବା ପାଇଁ ସାମରିକ ସହାୟତା ଲୋଡ଼ିଥିଲେ ପ୍ରଧାନମନ୍ତ୍ରୀ ଓଲି। ଏହି ସମୟରେ ସେନା ମୁଖ୍ୟ ଜେନେରାଲ ଅଶୋକ ରାଜ, ଓଲିଙ୍କୁ ପଦ ଛାଡିବାକୁ ପରାମର୍ଶ ଦେଇଥିଲେ। ଏହା ହିଁ ଏକମାତ୍ର ବାଟ ବୋଲି ସେନା, ପ୍ରଧାନମନ୍ତ୍ରୀଙ୍କୁ କହିଥିଲା।

कैसे नेपाल के जेन जेड आंदोलन का चेहरा बने बालेन शाह (Photo - Instagram/@balenshah)

ଏବେ ଓଲିଙ୍କ ଇସ୍ତଫା ପରେ କାଠମାଣ୍ଡୁର ମେୟର ବାଲେନ ଶାହ କ୍ଷମତା ହାତେଇ ପାରନ୍ତି ବୋଲି କୁହାଯାଉଛି। 

Nepal | kp-sharma-oli | resign