ନୂଆଦିଲ୍ଲୀ: ସୁଶୀଳା କାର୍କି ନେପାଳର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ନେପାଳରେ ଜେନ୍-ଜି ଆନ୍ଦୋଳନ ପରେ, ସୁଶୀଳା କାର୍କି ହେଉଛନ୍ତି ସେହି ମହିଳା ଯାହାଙ୍କୁ ଜେନ୍-ଜି ଏହି ସମୟରେ ନେତୃତ୍ୱ ନେବା ପାଇଁ ବାଛିଛନ୍ତି। ୧୨ ସେପ୍ଟେମ୍ବର ୨୦୨୫ରେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ, ସୁଶୀଳା କାର୍କିଙ୍କୁ ଶପଥ ପାଠ କରାଇଥିଲେ। ପ୍ରଧାନମନ୍ତ୍ରୀ ହେବା ପରେ, ନେପାଳର ପୂର୍ବତନ ମୁଖ୍ୟ ବିଚାରପତି ସୁଶୀଳା କାର୍କିଙ୍କ ପାଖକୁ ସାରା ବିଶ୍ୱରୁ ଶୁଭେଚ୍ଛାର ସୁଅ ଛୁଟିଥିଲା।

Advertisment

ସୁଶୀଳା କାର୍କିଙ୍କୁ ଅଭିନନ୍ଦନ ଜଣାଇବା ସମୟରେ, ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନାମ ଆଗରେ 'ରାଇଟ୍' ଲେଖିଥିବା ଦେଖାଯାଇଥିଲା। ସେବେଠାରୁ ପ୍ରଧାନମନ୍ତ୍ରୀଙ୍କ ଏକ୍ସ ପୋଷ୍ଟ ଚର୍ଚ୍ଚାରେ ରହିଛି। କେବଳ ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି, ବିଶ୍ବର ଅନ୍ୟ ନେତାମ‌ାନେ ମଧ୍ୟ ଶୁଭେଚ୍ଛ‌ା ଦେବା ବେଳେ ସୁଶୀଳା କାର୍କିଙ୍କ ନାମ ପୂର୍ବରୁ 'ରାଇଟ୍' ଲେଖିଥିଲେ। ତେବେ ନେତାମାନେ 'ରାଇଟ୍' କାହିଁକି ଲେଖିଥିଲେ, ତାକୁ ନେଇ ପ୍ରଶ୍ନ କରାଯାଉଥିବା ବେଳେ ଏବେ ଏହାର ଉତ୍ତର ସାମ୍ନାକୁ ଆସିଛି।

'Right Honourable' କିମ୍ବା 'Rt. Hon.' କିମ୍ବା 'Right' ଏକ ଆନୁଷ୍ଠାନିକ ସମ୍ମାନଜନକ ଉପାଧି। ଏହା ବ୍ରିଟିଶ ସାମ୍ରାଜ୍ୟ ସମୟରେ ପ୍ରଚଳିତ ପରମ୍ପରାର ଏକ ଅଂଶ। ଏହି ଉପାଧି ବ୍ରିଟିଶ ସାମ୍ରାଜ୍ୟରେ ମୁଖ୍ୟତଃ  ଉଚ୍ଚ ଅଧିକାରୀମାନଙ୍କୁ ସମ୍ମାନିତ କରିବା ପାଇଁ ବ୍ୟବହୃତ ହୁଏ। ଏହି ଉପାଧି ନେପାଳର ପ୍ରଧାନମନ୍ତ୍ରୀଙ୍କ ପାଇଁ ମଧ୍ୟ ପ୍ରଯୁଜ୍ୟ ହୁଏ। କିନ୍ତୁ ଏହା କେବଳ ନେପାଳ ପର୍ଯ୍ୟନ୍ତ ସୀମିତ ନୁହେଁ। ଅନେକ ଦେଶର ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଙ୍କ ପାଇଁ ଏହି ଉପାଧି ମଧ୍ୟ ବ୍ୟବହୃତ ହୁଏ। କାରଣ ବ୍ରିଟିଶ ରାଜ ସମୟରେ, ନେପାଳୀ ଶାସକମାନଙ୍କୁ ସମ୍ବୋଧିତ କରିବା ପାଇଁ ବ୍ରିଟିଶ ପ୍ରୋଟୋକଲ ଗ୍ରହଣ କରାଯାଇଥିଲା।