କାଠମାଣ୍ଡୁ : ଆପଣ ଏୟାରପୋର୍ଟ ଦେଇ ସୁନା ଚୋରା ଚାଲାଣ ହେଉଥିବା କଥା ଗଣମାଧ୍ୟମରୁ ଜାଣିବାକୁ ପାଉଥିବେ । ଲୋକେ ବିଭିନ୍ନ ଅଭିନବ ଉପାୟରେ ସୁନା ଆଣିଥାନ୍ତି । ତେବେ ସେସବୁ ସୁନା ପରିମାଣ ସେତ ଅଧିକ ନଥାଏ । କିନ୍ତୁ ନେପାଳକୁ ଗତ ମାସରେ ଏପରି ଏକ ସୁନା ଚୋରାଚାଲାଣ ହୋଇଛି, ତା ବିଷୟରେ ଜାଣି ଆପଣ ଆଶ୍ଚର୍ଯ୍ୟ ହେବେ । କାଠମାଣ୍ଡୁ ଏୟାରପୋର୍ଟ ଦେଇ ଏକ କ୍ବିଣ୍ଟାଲ ବା ୧୦୦ କିଲୋଗ୍ରାମ ସୁନା ଆସିଲା ଓ କଷ୍ଟମ୍ସ ଅଧିକାରୀମାନେ ଜାଣିପାରିଲେ ନାହିଁ । ପରେ ନେପାଳ ପୁଲିସ ଓ ରାଜସ୍ବ ଗୁଇନ୍ଦା ବିଭାଗ ଏହି ସୁନାକୁ ଜବତ କରିଥିଲା । ନେପାଳ ରାଷ୍ଟ୍ର ବ୍ୟାଙ୍କର ସୂଚନା ଅନୁସାରେ ଜବତ ସୁନାର ପରିମାଣ ପ୍ରାୟ ୧୦୦ କୋଟି ଟଙ୍କା ହେବ । ଏହି ମାମଲାରେ ଶୁକ୍ରବାର ଦିନ ନେପାଳ ପୁଲିସ କାଠମାଣ୍ଡୁ ଏୟାରପୋର୍ଟରେ ଦୁଇଜଣ ଚୀନ ନାଗରିକଙ୍କୁ ଗିରଫ କରାଯାଉଛି । ସେମାନେ ନେପାଳକୁ ପଳାଇଯିବାକୁ ଅପେକ୍ଷା କରୁଥିବାବେଳେ ସେମାନଙ୍କୁ ଗିରଫ କରାଯାଇଛି । ଏହି ମାମଲାରେ ଏପର୍ଯ୍ୟନ୍ତ ନେପାଳ ପୁଲିସ ୧୮ ଜଣଙ୍କୁ ଗିରଫ କରିସାରିଲାଣି ।
ଏହି ଘଟଣାକୁ ନେଇ ନେପାଳରେ ରାଜନୀତି ସରଗରମ ହୋଇଛି । ଏହି ଚୋରାଚାଲାଣ ମାମଲାରେ ଜଣେ ଶାସକ ଦଳ ମନ୍ତ୍ରୀଙ୍କ ନାଁ ଉଠିବା ପରେ ରାଜନୀତି ସରଗରମ ହୋଇଛି । ତେବେ ଏହି ସୁନା ଭାରତକୁ ପଠାଯାଇଥାନ୍ତା ବୋଲି ଆଲୋଚନା ହେଉଛି ।