ନେପାଳ : ମାନଚିତ୍ର ସଂଶୋଧନ ପାଇଁ ସଂସଦରେ ବିତର୍କ ପ୍ରସ୍ତାବ ସ୍ଥଗିତ

କାଠମାଣ୍ଡୁ : ମାନଚିତ୍ର ସଂଶୋଧନ ଲାଗି ବୁଧବାରଦିନ ନେପାଳର ସଂସଦର ଅନୁଷ୍ଠିତ ହେବାକୁ ଥିବା ବିତର୍କକୁ ସ୍ଥଗିତ ରଖାଯାଇଛି । ବୁଧବାରଦିନ ହେବାକୁ ଥିବା ବିତର୍କଗୁଡ଼ିକର ତାଲିକାରୁ ଏହାକୁ ହଟାଇ ନିଆଯାଇଛି ।
ନେପାଳ ସୀମାରେ ଥିବା କାଲାପାନି, ଲିପୁଲେଖ ଓ ଲିମିପିଆଧିରା ଅଞ୍ଚଳ ଭାରତୀୟ ଅଞ୍ଚଳ ହୋଇଥିଲେ ମଧ୍ୟ ନେପାଳ ତାହାକୁ ନିଜର ଅଞ୍ଚଳ ବୋଲି ଦାବି କରୁଛି । ଗତ ମାସରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହି ଅଞ୍ଚଳରେ ଏକ ପୋଲ ଉଦଘାଟନ କରିଥିଲେ । ଏହାକୁ ନେଇ ନେପାଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲା ।
ଗତ ୧୮ ତାରିଖ ଦିନ ନେପାଳ କ୍ୟାବିନେଟ ଏକ ନୂଆ ରାଜନୈତିକ ମାନଚିତ୍ର ଜାରି କରିଥିଲା ଯେଉଁଥିରେ ଏସବୁ ଅଞ୍ଚଳ ନେପାଳର ଥିବା ଦର୍ଶାଯାଇଥ#ଲା । ଏହି ମାନଚିତ୍ର ସଂଶୋଧନ ପ୍ରସ୍ତାବକୁ ସଂସଦର ମଂଜୁରୀ ପାଇଁ ଗତ ୨୨ ତାରିଖରେ ତାହାକୁ ପଂଜୀକରଣ କରାଯାଇଥ#ଲା । ଆଜି ନେପାଳର ଆଇନ ମନ୍ତ୍ରୀ ଶିବମାୟା ତୁମ୍ବାହାମ୍ପେ ଏହାକୁ ନେପାଳର ହାଉସ ଅପ ରିପ୍ରେଜେଣ୍ଟିଭରେ ଉପସ୍ଥାପନ କରିବାର ଥିଲା ।
କିନ୍ତୁ ଆଜି ଶେଷ ମୂହୂର୍ତ୍ତରେ ତାହାକୁ ତାଲିକାରୁ ହଟାଇନିଆଯାଇଛି । ଦେଶରେ ଏହି ପ୍ରସଙ୍ଗରେ ସହମତି ସୃଷ୍ଟି କରିବାକୁ ଉଦ୍ୟମ କରାଯିବ ବୋଲି ନେପାଳ କମ୍ୟୁନିଷ୍ଟ ପାର୍ଟି କହିଛି । ତେବେ ଭାରତ ସହ କମ୍ୟୁନିଷ୍ଟ ପାର୍ଟିର ଶତ୍ରୁତା ଆଚରଣକୁ ନେଇ ନେପାଳ ଜନସାଧାରଣଙ୍କ ସମର୍ଥନ ରହୁନଥିବାରୁ ଦଳ ଏହି ନିଷ୍ପତ୍ତି ନେଇଛି ବୋଲି କୁହାଯାଉଛି ।

ସମ୍ବନ୍ଧିତ ଖବର