ଭାରତ ମାନଚିତ୍ରରେ ‘କଳାପାଣି’କୁ ନେଇ ନେପାଳ ପ୍ରଧାନମନ୍ତ୍ରୀଙ୍କ ପ୍ରତିକ୍ରିୟା

କାଠମାଣ୍ଡୁ,: ଭାରତ-ନେପାଳ-ତିବ୍ବତ ସୀମାରେ ଥିବା କଳାପାଣି ଅଞ୍ଚଳକୁ ନେପାଳ ନିଜର ବୋଲି ଦାବି କରିଛି। ସୂଚନାଯୋଗ୍ୟ, ଜମ୍ମୁ-କଶ୍ମୀର ପୁନର୍ଗଠନ ପରେ ଭାରତ ନିଜର ନୂଆ ମାନଚିତ୍ର ଜାରି କରିଛି। ଏହି ମାନଚିତ୍ରରେ କଳାପାଣିକୁ ଭାରତ ନିଜର ଅଞ୍ଚଳ ବୋଲି ଦର୍ଶାଇଛି। ଏହାକୁ ନେଇ ନେପାଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଭାରତ ତୁରନ୍ତ ନିଜ ମାନଚିତ୍ରରୁ କଳାପାଣିକୁ ପ୍ରତ୍ୟାହାର କରୁ ବୋଲି ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଓଲି କହିଛନ୍ତି। ଆଜି ନେପାଳ ଯୁବ ସଂଗ୍ରାମ ପକ୍ଷରୁ ଆୟୋଜିତ ଏକ ସଭାରେ ଯୋଗ ଦେଇ ପ୍ରଧାନମନ୍ତ୍ରୀ ଓଲି କହିଛନ୍ତି, ତୁରନ୍ତ ନୂତନ ମାନଚିତ୍ରରୁ କଳାପାଣିକୁ ପ୍ରତ୍ୟାହାର କରିବାକୁ ସେ ଭାରତର ଦୃଷ୍ଟି ଆକର୍ଷଣ କରିଛନ୍ତି। ନେପାଳର ଗୋଟିଏ ଇଞ୍ଚ ଜମି ହରାଇବାକୁ ଦିଆଯିବନି ବୋଲି ଓଲି କହିଛନ୍ତି। ତେବେ ନେପାଳ ପ୍ରଧାନମନ୍ତ୍ରୀଙ୍କ ଏଭଳି ଦାବି ନେଇ ଭାରତ ପକ୍ଷରୁ କୌଣସି ପ୍ରତିକ୍ରିୟା ପ୍ରକାଶ ପାଇନାହିଁ।

ସମ୍ବନ୍ଧିତ ଖବର