କାଠମାଣ୍ଡୁ : ନେପାଳରେ ସ୍ଥିତି ଆଣାୟତ୍ତ ହୋଇପଡ଼ିଛି । ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ସତ୍ତ୍ବେ ବିକ୍ଷୋଭକାରୀଙ୍କ ରାଗ ଶାନ୍ତ ହୋଇନାହିଁ । ସ୍ଥିତିକୁ ଦେଖି ଏବେ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ ଇସ୍ତଫା ଦେଇଛନ୍ତି । ଆଜି ସଂଧ୍ୟା ସୁଦ୍ଧା ନେପାଳରେ ଜଣେ ଅନ୍ତରୀଣ ପ୍ରଧାନମନ୍ତ୍ରୀ ଘୋଷଣା କରାଯିବାର ସମ୍ଭାବନା ରହିଛି । 

Advertisment

କେବଳ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ ନୁହନ୍ତି, ସରକାରରେ ଥିବା ମନ୍ତ୍ରୀମାନଙ୍କ ଇସ୍ତଫା ଜାରି ରହିଛି । ଗତକାଲି ଦେଶର ଅର୍ଥମନ୍ତ୍ରୀ ରମେଶ ଲେଖକ ଇସ୍ତଫା ଦେଇଥିଲେ । ତେବେ ବିକ୍ଷୋଭକାରୀମାନେ ଅର୍ଥମନ୍ତ୍ରୀ ବିଷ୍ଣ ପୌଡେଲଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି ।

ନେପାଳରେ ଶାସନରେ ଥିବା ଲୋକମାନେ କରୁଥିବା ଦୁର୍ନୀତି, ସେମାନଙ୍କ ପରିବାର ଲୋକେ ବଞ୍ଚୁଥିବା ରାଜକୀୟ ଜୀବନଶୈଳୀକୁ ବିରୋଧ କରି ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ ବାହକ ଥିଲା ସୋସିଆଲ ମିଡିଆ। କିନ୍ତୁ ସରକାର ସୋସିଆଲ ମିଡିଆକୁ ବନ୍ଦ କରିବା ପରେ ଏହି ବିକ୍ଷୋଭ ଉଗ୍ର ରୂପ ନେଇଥିଲା ।

ନେପାଳରେ ଶାସନରେ ଥିବା ଲୋକମାନେ କରୁଥିବା ଦୁର୍ନୀତି, ସେମାନଙ୍କ ପରିବାର ଲୋକେ ବଞ୍ଚୁଥିବା ରାଜକୀୟ ଜୀବନଶୈଳୀକୁ ବିରୋଧ କରି ଏହି ଆନ୍ଦୋଳନ ଆରମ୍ଭ ହୋଇଥିଲା । ଏହାର ମୁଖ୍ୟ ବାହକ ଥିଲା ସୋସିଆଲ ମିଡିଆ। କିନ୍ତୁ ସରକାର ସୋସିଆଲ ମିଡିଆକୁ ବନ୍ଦ କରିବା ପରେ ଏହି ବିକ୍ଷୋଭ ଉଗ୍ର ରୂପ ନେଇଥିଲା । ଗତକାଲି ବିକ୍ଷୋଭକାରୀମାନେ ସଂସଦ ଭବନ ଉପରେ ଆକ୍ରମଣ କରିଥିଲେ । ଏହି ସମୟରେ ପୁଲିସ ଗୁଳିରେ ୧୯ ଜଣ ପ୍ରାଣ ହରାଇଥିଲେ ।