କାଠମାଣ୍ଡୁ: ନେପାଳ ପ୍ରଧାନମନ୍ତ୍ରୀ ଖଡ଼ଗ ପ୍ରସାଦ ଓଲିଙ୍କ ଭାଗ୍ୟ ଘୁଞ୍ଚି ଘୁଞ୍ଚି ଯାଉଛି। ଭାରତ ବିରୋଧୀ ଆଭିମୁଖ୍ୟ ପାଇଁ ସେ ବର୍ତ୍ତମାନ ଚାପରେ ଅଛନ୍ତି। ତାଙ୍କ ସମ୍ପର୍କରେ ନିଷ୍ପତ୍ତି ନେବା ପାଇଁ ନେପାଳ କମ୍ୟୁନିଷ୍ଟ ପାର୍ଟି (ଏନ୍ସିପି)ର ଶୀର୍ଷ ନେତୃବୃନ୍ଦଙ୍କ ବୈଠକ ଆଜି ହେବାକୁ ଥିବାବେଳେ ଏହାକୁ ପୁଣି ବୁଧବାରକୁ ଘୁଞ୍ଚାଇ ଦିଆଯାଇଛି। ପ୍ରଥମେ ଦଳର ସ୍ଥାୟୀ କମିଟି ବୈଠକ ଗତ ଶନିବାର ହେବାକୁ ଥିଲେ ମଧ୍ୟ ତାହା ସୋମବାରକୁ ଘୁଞ୍ଚାଇ ଦିଆଯାଇଥିଲା। ପ୍ରଧାନମନ୍ତ୍ରୀଙ୍କ ଗଣମାଧ୍ୟମ ଉପଦେଷ୍ଟା ସୂର୍ଯ୍ୟ ଥାପ୍ପା ଆଜିର ବୈଠକକୁ ଘୁଞ୍ଚାଇ ଦିଆଯାଇଥିବା ସମ୍ପର୍କରେ ସୂଚନା ଦେଇଥିଲେ ମଧ୍ୟ ଏହାର କାରଣ ସମ୍ପର୍କରେ କିଛି କହିନାହାନ୍ତି। ଅନ୍ୟପକ୍ଷରେ ଉତ୍ତରାଖଣ୍ଡର ପିଥୋରଗଡ଼ ଜିଲ୍ଲା ଅନ୍ତର୍ଗତ ଧରଚୁଲା ଅଞ୍ଚଳରେ ଭାରତ ସୀମାରେ ନେପାଳ କିଛି ଦିନ ତଳେ ସ୍ଥାପନ କରିଥିବା ୨ଟି ଫାଣ୍ଡିକୁ ଉଠାଇଦେଇଛି। ସାଂପ୍ରତିକ ପରିପ୍ରେକ୍ଷୀରେ ଫାଣ୍ଡିକୁ ହଟାଇନେବା ଘଟଣା ଗୁରୁତ୍ବ ବହନ କରୁଛି।
ବୁଧବାର ସ୍ଥିର ହେବ ନେପାଳ ପ୍ରଧାନମନ୍ତ୍ରୀ ଓଲିଙ୍କ ଭାଗ୍ୟ
/sambad/media/post_attachments/wp-content/uploads/2020/07/oli-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)