କାଠମାଣ୍ଡୁ: ନେପାଳରେ ସୋସିଆଲ୍‌ ମିଡିଆ ନିଷିଦ୍ଧ ଘଟଣାକୁ ନେଇ ଚାଲିଥିବା ହିଂସାତ୍ମକ ଆନ୍ଦୋଳନ ଭୟାନକ ରୂପ ନେଇଥିଲା।  ଗତ ବୁଧବାର ଠାରୁ ସ୍ଥିତିରେ ସୁଧାର ଆସିଛି।

Advertisment

ଗମ୍ଭୀର ରାଜନୈତିକ ଓ ସାମାଜିକ ସଙ୍କଟ ମଧ୍ୟରେ ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ଏବଂ ରାଷ୍ଟ୍ରପତି ରାମଚନ୍ଦ୍ର ପୌଡେଲ୍‌ ଇସ୍ତଫା ଦେଇଥିଲେ। ସରକାରର ପତନ ପରେ ସେନା ଶାସନକୁ ନିଜ ନିୟନ୍ତ୍ରଣକୁ ନେଇ ସାରା ଦେଶରେ କର୍ଫ୍ୟୁ ଜାରି କରିଥିଲା।ଗତ କିଛି ଦିନ ଧରି ନେପାଳରେ ଚାଲିଥିବା ହିଂସା କିଛିମାତ୍ରାରେ ଶାନ୍ତ ପଡ଼ିଛି।  ନେପାଳର ସେନା ମୁଖ୍ୟ ଅଶୋକ ରାଜ ସିଗଡେଲ ଜେନ-ଜେଡ୍ ନେତାମାନଙ୍କୁ ଆଲୋଚନା କରିବାକୁ ପ୍ରସ୍ତାବ ଦେଇଛନ୍ତି।

ଆସନ୍ତୁ ଜାଣିବା ନେପାଳ ସେନା କେତେ ଶକ୍ତିଶାଳୀ ଏବଂ ଯୁଦ୍ଧରେ ସେନାର ଇତିହାସ କ’ଣ ରହିଛି।

ନେପାଳରେ ହିଂସାତ୍ମକ ଆନ୍ଦୋଳନ ଭୟାନକ ରୂପ ନେବାପରେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତିଙ୍କ ଇସ୍ତଫା ପରେ ଦେଶର ସୁରକ୍ଷା ଦାୟିତ୍ୱ ବର୍ତ୍ତମାନ ନେପାଳର ଜେନେରାଲ ଅଶୋକ ରାଜ ସିଗଡେଲଙ୍କ ହାତରେ ଆସିଛି। ଏପରି ପରିସ୍ଥିତିରେ ଲୋକମାନେ ନେପାଳ ସେନାର ଶକ୍ତି ବିଷୟ‌ରେ ଜାଣିବାକୁ ଚାହୁଁଛନ୍ତି।

 କିଛି ଲୋକ ନେପାଳ ସେନା କେତେ ଶକ୍ତିଶାଳୀ? ଯେକୌଣସି ପରିସ୍ଥିତିର ମୁକାବିଲା କରିବାରେ ନେପାଳ କେତେ ପ୍ରଭାବଶାଳୀ ପ୍ରମାଣିତ ହୋଇପାରେ ସେ ବିଷୟରେ ମଧ୍ୟ ଜାଣିବାକୁ ଆଗ୍ରହ ପ୍ରକାଶ କରିଛନ୍ତି।

ନେପାଳ ଏକ ଛୋଟିଆ ଦେଶ। ଏହି  ଦେଶରେ ପ୍ରାୟ ତିନି କୋଟି ଜନସଂଖ୍ୟା ବସବାସ କରନ୍ତି। କିଛି ବର୍ଷ ପୂର୍ବେ ନେପାଳରେ କୌଣସି ଗଣତନ୍ତ୍ର ନଥିଲା, ଏଠାରେ ରାଜତନ୍ତ୍ର(ରାଜତନ୍ତ୍ର ହେଉଛି ପ୍ରଶାସନର ଏକ ପ୍ରକାର, ଯେଉଁଥିରେ ରାଜତନ୍ତ୍ରୀ ଆଜୀବନ ରାଷ୍ଟ୍ର ମୁଖ୍ୟ ହୋଇ ରହିଥାନ୍ତି) ପ୍ରଚଳନ ହେତୁ ରାଜା ପଦବୀ ଥିଲା। ୨୦୦୮ ମସିହାରେ ୨୪୦ ବର୍ଷର ରାଜତନ୍ତ୍ରର ଅନ୍ତ କରି ନେପାଳରେ ଗଣତନ୍ତ୍ର ପ୍ରତିଷ୍ଠା କରାଯାଇଥିଲା।

ଏହି ସମୟରେ ନେପାଳ ସେନାର ନାମ ମଧ୍ୟ ପରିବର୍ତ୍ତନ କରାଯାଇଥିଲା। ରାଜତନ୍ତ୍ର ସମୟରେ ନେପାଳ ସେନାକୁ ଗୋର୍ଖାଲି ସେନା କୁହାଯାଉଥିଲା। ରାଜାମାନଙ୍କ ଯୁଗ ଶେଷ ହେବା ପରେ ଏହାକୁ ନେପାଳ ସେନାର ନାମ ଦିଆଯାଇଥିଲା।

ପ୍ରକାଶିତ ତଥ୍ୟ ଅନୁଯାୟୀ, ନେପାଳରେ ପ୍ରାୟ ୧ ଲକ୍ଷ ୨୦ ହଜାର ସୈନିକ ଅଛନ୍ତି। ଏଥିରେ ସମସ୍ତ ବାହିନୀ ଅନ୍ତର୍ଭୁକ୍ତ। ଏହା ବ୍ୟତୀତ, ସହରର ଆଇନ ଶୃଙ୍ଖଳା ପୁଲିସ ହାତରେ ଅଛି। ନେପାଳ ସେନାର ସର୍ବୋଚ୍ଚ କମାଣ୍ଡର ହେଉଛନ୍ତି ରାଷ୍ଟ୍ରପତି।

ନେପାଳ ସେନା ଦକ୍ଷିଣ ଏସିଆର ସବୁଠାରୁ ପୁରୁଣା ସେନା ମଧ୍ୟରୁ ଗୋଟିଏ। ନେପାଳ ପାଖରେ କୌଣସି ଶକ୍ତିଶାଳୀ ଯୁଦ୍ଧ ବିମାନ ଏବଂ ଟ୍ୟାଙ୍କ ନାହିଁ, କିନ୍ତୁ ଏହାର ସେନା ପାଖରେ କିଛି ଉନ୍ନତ ଅସ୍ତ୍ରଶସ୍ତ୍ର ଅଛି। ନେପାଳ ଅନେକ ସମୟରେ ଆମେରିକାଠାରୁ ଅସ୍ତ୍ରଶସ୍ତ୍ର କିଣିଥାଏ। ଏହା ମଧ୍ୟରେ କାର୍ଗୋ ବିମାନ ମଧ୍ୟ ଅନ୍ତର୍ଭୁକ୍ତ ରହିଛି।

ସୈନିକମାନଙ୍କର ସାହସିକତା ନେପାଳ ସେନାର ଶକ୍ତି। ଗୋର୍ଖା ସୈନିକମାନେ ଶତ୍ରୁ ସମ୍ମୁଖରେ ଠିଆ ହୋଇ ନିଜ ଜୀବନର ଚିନ୍ତା ନକରି ସାହସିକତାର ସହିତ ଲଢ଼ିଥାଆନ୍ତି। ଏହି କାରଣରୁ ନେପାଳ ସେନାକୁ ବିଶ୍ୱର ସବୁଠାରୁ ଶକ୍ତିଶାଳୀ ସେନା ଭାବରେ ବିବେଚନା କରାଯାଏ।

କୌଣସି ଦେଶ ନେପାଳ ଭଳି ଛୋଟ ଦେଶ ସହିତ କେବେ ସିଧାସଳଖ ଯୁଦ୍ଧ କରିନାହିଁ। ବହୁ ଦଶନ୍ଧି ପୂର୍ବରୁ ବ୍ରିଟିଶ ସରକାର ଏବଂ ନେପାଳ ସେନା ମଧ୍ୟରେ ଯୁଦ୍ଧ ହୋଇଥିଲା। ଇଷ୍ଟ ଇଣ୍ଡିଆ କମ୍ପାନି ନେପାଳକୁ କବଜା କରିବା ପାଇଁ ନିଜର ସେନା ପଠାଇ ଆକ୍ରମଣ କରିଥିଲା।

ଏହି ଆକ୍ରମଣର ଗୋର୍ଖା ସୈନିକମାନେ କଡ଼ା ଜବାବ ଦେଇଥିଲେ। ନେପାଳର ଏକ ବଡ଼ ଅଂଶ ବ୍ରିଟିଶ ନିୟନ୍ତ୍ରଣକୁ ଚାଲି ଯାଇଥିବା ବେଳେ ବ୍ରିଟିଶ ସେନା ନେପାଳ ସୈନିକଙ୍କ ସାହସକୁ ଭୁରିଭୁରି ପ୍ରଶଂସା କରିଥିଲା ​​।। ଏହାପରେ ବ୍ରିଟିଶ ସେନା ଗୋର୍ଖା ରେଜିମେଣ୍ଟ ଆରମ୍ଭ କରି ଅନେକ ଯୁଦ୍ଧରେ ଏହାକୁ ବ୍ୟବହାର କରିଥିଲା। ଗୋର୍ଖା ସୈନିକମାନେ ପ୍ରଥମ ଏବଂ ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଲଢ଼ିଥିଲେ ଏବଂ ବ୍ରିଟିଶମାନଙ୍କୁ ବହୁତ ସାହାଯ୍ୟ କରିଥିଲେ।

ଏହା ବ୍ୟତୀତ ୟୁଏନଓ ମଧ୍ୟ ଅନେକ ସ୍ଥାନରେ ଗୋର୍ଖା ସୈନିକମାନଙ୍କୁ ବ୍ୟବହାର କରିଥିଲା। ଗୋର୍ଖା ସୈନିକମାନଙ୍କ ସାହାସିକତାର ପରିଣାମ ହେତୁ ଆଜି ମଧ୍ୟ ବ୍ରିଟିଶ ଏବଂ ଭାରତୀୟ ସେନାରେ ଏକ ଗୋର୍ଖା ରେଜିମେଣ୍ଟ ରହିଛି।