ଉତ୍ତରାଖଣ୍ଡ ଗାଁମାନଙ୍କରେ ଭାରତ-ବିରୋଧୀ ଗୀତ ବଜାଉଛି ନେପାଳ ଏଫ୍‌ଏମ୍ ରେଡିଓ

ଡେରାଡୁନ୍: ଭାରତ-ନେପାଳ ସୀମାନ୍ତ ଅଞ୍ଚଳ ଉତ୍ତରାଖଣ୍ଡର ପିଥୋରାଗଡ଼ ଗାଁ ପାଖାପାଖି ଥିବା କେତେକ ନେପାଳୀ ଏଫ୍‌ଏମ୍ ରେଡିଓ ଷ୍ଟେସନ୍ ଲିପୁଲେଖ, କଳାପାଣି ଏବଂ ଲିମ୍ପିୟାଧୁରା ଅଞ୍ଚଳର ପାଣିପାଗ ବିବରଣୀ ଦେବା ସହ ଭାରତ-ବିରୋଧୀ ଗୀତ ପ୍ରସାରଣ କରୁଛି।

ନେପାଳ ତା’ର ରାଜନୈତିକ ମାନଚିତ୍ର ସଂଶୋଧନପୂର୍ବକ ଲିପୁଲେଖ, କଳାପାଣି ଏବଂ ଲିମ୍ପିୟାଧୁରା ନିଜ ଅଞ୍ଚଳ ବୋଲି ଦର୍ଶାଇଛି।

ଏହି ଏଫ୍ଏମ୍ ରେଡିଓ କେନ୍ଦ୍ରଗୁଡ଼ିକ ନେପାଳର ଦାର୍ଚୂଳା ଜିଲ୍ଲାରେ ଅବସ୍ଥିତ ଏବଂ ଭାରତ ପଟର ପିଥୋରାଗଡ଼ର ଧାରଚୂଳା, ବାଲୁଆକୋଟ, ଜୌଲଜୀବୀ ଏବଂ କଳିକା ସହରର ସୀମାନ୍ତ ଅଞ୍ଚଳକୁ ଶୁଭେ ବୋଲି ସ୍ଥାନୀୟ ଅଧିବାସୀମାନେ କହିଛନ୍ତି।

ସୀମାନ୍ତବର୍ତ୍ତୀ ଅଞ୍ଚଳରେ, ବିଶେଷକରି ଧାରଚୂଳାର ସ୍ଥାନୀୟ ଅଧିବାସୀମାନେ କହିଛନ୍ତି ଯେ, ଏହି ତିନୋଟି ଅଞ୍ଚଳର ନେପାଳର ବୋଲି ନେପାଳୀ ଏଫ୍‌ ଏମ୍ ଚାନେଲ୍ ସବୁ ଗୀତ ମଝିରେ ମଝିରେ ପ୍ରଚାର ଏବଂ ନେପାଳୀ ରାଜନେତାମାନଙ୍କର ଭାଷଣ ମାଧ୍ୟମରେ ପ୍ରଚାର କରୁଛନ୍ତି। ଭାରତ ବିରୋଧୀ ଗୀତମାନଙ୍କ ମଧ୍ୟରୁ ଗୋଟିଏ ହେଉଛି- ହମାରି ହୋ ତୋ କଲାପାନି, ଲିପୁଲେଖ, ଲିମ୍ପିୟାଧୁରା… ଉଠ, ଜାଗ, ବୀର ନେପାଳୀ। ଏହି ଗୀତଟିକୁ ବାରମ୍ବାର ପ୍ରସାରଣ କରାଯାଉଛି ବୋଲି ସ୍ଥାନୀୟ ବାସିନ୍ଦାମାନେ ଅଭିଯୋଗ କରିଛନ୍ତି।

Image Courtesy of The Times of India

ଧାରଚୂଳାର ଦାନ୍ତୁ ଗାଁବାସୀ ଶାଲୁ ଦୟାଲ କହନ୍ତି, ସୀମାନ୍ତର ଉଭୟ ପାର୍ଶ୍ବସ୍ଥ ଗ୍ରାମବାସୀମାନେ ନେପାଳୀ ଗୀତ ଶୁଣୁଥିବାରୁ, ସୀମାନ୍ତର ଉଭୟ ପାର୍ଶ୍ବରେ ବାସକରୁଥିବା ଲୋକଙ୍କ ମାନସିକତାକୁ ପ୍ରଭାବିତ କରିବା ଏବଂ ଉଭୟ ପାର୍ଶ୍ବର ଜନତାଙ୍କ ସମ୍ପର୍କରେ ବିଭେଦର ବୀଜ ବପନ କରିବା ନିମନ୍ତେ ନେପାଳୀ ନେତାଙ୍କ ପ୍ରଦତ୍ତ ଭାରତ ବିରୋଧୀ ଭାଷଣ ଘଡ଼ି ଘଡ଼ିକେ ପ୍ରସାରଣ କରାଯାଉଛି। ଏହାଛଡ଼ା, କଳାପାଲି ନେପାଳର ଅଂଶ ବୋଲି ମଧ୍ୟ ନେପାଳ ପଟର କେତେକ ପୁରୁଣା ଏଫ୍‌ ଏମ୍ ଚାନେଲ୍ ଓ ୱେବ୍‌ସାଇଟ୍ ଆଲୋକପାତ କରୁଛନ୍ତି।

କିନ୍ତୁ, ଏ ସଂକ୍ରାନ୍ତରେ ସେମାନେ ଏଯାବତ୍ କୌଣସି ସୂଚନା ପାଇ ନ ଥିବା କଥା ସ୍ଥାନୀୟ ଜିଲ୍ଲା କର୍ତ୍ତୃପକ୍ଷ କହୁଛନ୍ତି। ପିଥୋରାଗଡ଼ର ପୁଲିସ ସୁପରିଣ୍ଟେ‌ଣ୍ଡେଣ୍ଟ୍‌ ପ୍ରୀତି ପ୍ରିୟଦର୍ଶନୀ କହିଛନ୍ତି, ଆମେ ଏ ଭଳି ସୂଚନା ପାଇ ନାହୁଁ କି, ଆମ ଗୁଇନ୍ଦା ୟୁନିଟ୍ ଏ ବିଷୟରେ ଆମକୁ କୌଣସି ସୂଚନା ଦେଇ ନାହିଁ।

 

ସମ୍ବନ୍ଧିତ ଖବର