ଦୁଷ୍କର୍ମ ମାମଲା ହ୍ରାସ କରିବାକୁ ପର୍ଣ୍ଣ ସାଇଟ୍‌ ନିଷେଧ କରିବ ନେପାଳ

ନୂଆଦିଲ୍ଲୀ: ଦୁଷ୍କର୍ମ ମାମଲା ବଢୁଥିବାରୁ ପର୍ଣ୍ଣୋଗ୍ରାଫିକ୍‌ ବିଷୟବସ୍ତୁ ଥିବା ସାଇଟ୍‌ଗୁଡ଼ିକୁ ବ୍ଲକ୍‌ କରିବ ବୋଲି ଶୁକ୍ରବାର ଦିନ ନେପାଳ ସରକାର କହିଛନ୍ତି।

ପର୍ଣ୍ଣୋଗ୍ରାଫିକ୍‌ କଣ୍ଟେଣ୍ଟ୍‌ ଦୁଷ୍କର୍ମର କାରଣ ବୋଲି ସୂଚନା ଏବଂ ଯୋଗାଯୋଗ ମନ୍ତ୍ରାଳୟ ଏକ ରିଲିଜ୍‌ ଜାରି କରିଛି। ଏଥିରେ କୁହାଯାଇଛି: କ୍ରିମିନାଲ୍‌ କୋଡ୍‌ ୨୦୭୧ ଆର୍ଟିକ୍ଲ ୧୨୧ ଏବଂ ଅନ୍ୟାନ୍ୟ ଆଇନ୍‌ ଅଶୋଭନୀୟ ଯୌନାଚାର ବିଷୟବସ୍ତୁ ଉତ୍ପାଦନ ଓ ପ୍ରସାରଣକୁ ନିଷିଦ୍ଧ କରେ। ଇଲେକ୍ଟ୍ରନିକ୍‌ ମାଧ୍ୟମ ଦ୍ୱାରା ତା’ର ଆକ୍‌ସେସ୍‌ ବନ୍ଦ କରିବାକୁ ନେପାଳ ମଧ୍ୟରେ ସେଭଳି େଓ୍ଵବ୍‌ସାଇଟ୍‌ ସବୁ ବନ୍ଦ କରାଇବା ଅତ୍ୟାବଶ୍ୟକ।

ଗତ କେତେ ସପ୍ତାହ ହେବ ନେପାଳରେ ଦୁଷ୍କର୍ମ ମାମଲା ଦ୍ରୁତ ବେଗରେ ବଢ଼ି ଚାଲିଛି।

ନିକଟରେ ଦକ୍ଷିଣ ନେପାଳର ସମତଳ ଅଞ୍ଚଳରେ ଜଣେ ସ୍କୁଲ୍‌ ବାଳିକା ସହ ଦୁଷ୍କର୍ମ କରାଯିବା ପରେ ତାକୁ ହତ୍ୟା କରାଯାଇଛି। ଅପରାଧୀମାନଙ୍କ ଚିହ୍ନଟ କରିବାରେ ସରକାରଙ୍କ ବିଫଳତା ଯୋଗୁଁ ଜନ ଅସନ୍ତୋଷ ବୃଦ୍ଧି ପାଉଥିବା ବେଳେ ନେପାଳ ସରକାର ଏ ଭଳି ନିଷ୍ପତ୍ତି ନେଇଛନ୍ତି।

ସମ୍ବନ୍ଧିତ ଖବର