ନେପାଳ ପ୍ରତିରକ୍ଷା ମନ୍ତ୍ରୀଙ୍କ ବୟାନ, ଆବଶ୍ୟକ ହେଲେ ଭାରତ ସହ ଲଢ଼ିବୁ
କାଠମାଣ୍ଡୁ: ଭାରତର ସେନା ମୁଖ୍ୟ ଏମ୍ଏମ୍ ନରବଣେ ଗତ ୧୫ ତାରିଖ ଦିନ ଏକ ବୟାନରେ କହିଥିଲେ ଯେ କାଲାପାନିକୁ ନେଇ ନେପାଳ ଅନ୍ୟ କାହାର ଇଙ୍ଗିତରେ ବିରୋଧ କରୁଛି। ସେନା ମୁଖ୍ୟଙ୍କ ଏହି ବୟାନ ଚୀନ୍କୁ ଉଦ୍ଦେଶ୍ୟ କରୁଥିଲା। ଏହି ବୟାନକୁ ନେଇ ଏବେ ନେପାଳ ପ୍ରତିରକ୍ଷା ମନ୍ତ୍ରୀ ଈଶ୍ବର ପୋଖରେଲ କହିଛନ୍ତି ଯେ ଭାରତର ବୟାନ ନେପାଳୀ ଗୋର୍ଖାଙ୍କ ଭାବାକୁ ଆଘାତ ଦେଇଛି। ଭାରତର ସେନାମୁଖ୍ୟ ଚୀନ୍ ପ୍ରତି ଅଙ୍ଗୁଳି ଉଠାଇବା ନିନ୍ଦନୀୟ ବୋଲି ସେ କହିଛନ୍ତି। ଆବଶ୍ୟକ ହେଲେ ଆମେ ଭାରତ ସହ ଲଢ଼ିବାକୁ ପ୍ରସ୍ତୁତ ଅଛୁ ବୋଲି ପୋଖରେଲ କହିଛନ୍ତି। ଭାରତର ସେନା ମୁଖ୍ୟଙ୍କଠାରୁ ଆମେ ଏଭଳି ବୟାନ ଆଶା କରିନଥିଲୁ ବୋଲି ସେ କହିଛନ୍ତି।