ନେପାଳର ମାନଚିତ୍ର ଖେଳ, ସଂସଦରେ ସମର୍ଥନ କଲା ବିରୋଧୀ ଦଳ

ନୂଆଦିଲ୍ଲୀ : ଭାରତର ଲିମ୍ପିଆଧୁରା, ଲିପୁଲେଖ ଓ କାଲାପାନି ଅଞ୍ଚଳକୁ ନେପାଳର ପ୍ରଧାନମନ୍ତ୍ରୀ ନିଜ ଦେଶର ମାନଚିତ୍ରରେ ସାମିଲ କରିବା ପ୍ରସ୍ତାବ ଏବେ ନେପାଳ ସଂସଦରେ ଗୃହିତ ହୋଇଛି। ଆଉ ଏହାକୁ ଦେଶର ବିରୋଧୀ ଦଳ ‘ନେପାଳୀ କଂଗ୍ରେସ’ ଐତିହାସିକ ପୂର୍ଣ ସମର୍ଥନ ଦେଇଛି। ଏଥିପାଇଁ ସଂବିଧାନ ସଂଶୋଧନ ପ୍ରସ୍ତାବ ଗୃହିତ ହୋଇଛି। ମାତ୍ର ୪ ଦିନ ତଳେ ଏଇ ପ୍ରସଙ୍ଗକୁ ନେଇ ଭାରତ-ନେପାଳ-ଚୀନ୍‌ ମଧ୍ୟରେ ଏକ ଅପ୍ରୀତିକର ପରିସ୍ଥିତିର ସମାଧାନ ହୋଇଛି ବୋଲି ଗଣମାଧ୍ୟମରେ ପ୍ରକାଶ ପାଇସାରିଥିବା ବେଳେ ନେପାଳର ପ୍ରଧାନମନ୍ତ୍ରୀଙ୍କ ବିବୃତି ମଧ୍ୟ ଟିଭି ଗଣମାଧ୍ୟମରେ ପ୍ରଚାରିତ ହୋଇଥିଲା। ଏପରିକି ଚୀନ୍‌ ମଧ୍ୟ ବିବୃତି ଦେଇଥିଲା ଯେ ଭାରତ ସହ ସମସ୍ତ ସଂକଟକୁ ବିନା ତୃତୀୟ ପକ୍ଷ ମଧ୍ୟସ୍ଥିରେ ସମାଧାନ କରିବ। କିନ୍ତୁ ଏବେ ଜଣାପଡ଼ିଛି ଯେ କେବଳ ଆମେରିକାର ମଧ୍ୟସ୍ଥିକୁ ଏଡ଼ାଇଯିବା ପାଇଁ ଚୀନ୍‌ ଓ ଚୀନ୍‌ର ଇସାରାରେ ନେପାଳ ନାଟକ କରିଛି। କାରଣ ୪ ଦିନ ତଳେ ନେପାଳ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ ସେଇ ନୂଆ ମାନଚିତ୍ର ଉପରେ ଦୁଃଖପ୍ରକାଶ କରି ବିବୃତି ଜାରି କରିଥିଲା।

ସମ୍ବନ୍ଧିତ ଖବର