ନେପାଳ ପ୍ରଧାନମନ୍ତ୍ରୀ ଓଲି କମ୍ୟୁନିଷ୍ଟ ପାର୍ଟିରୁ ବହିଷ୍କୃତ

କାଠମାଣ୍ଡୁ : ନେପାଳରେ ଏକ ବଡ଼ ରାଜନୈତିକ ସଙ୍କଟ ସୃଷ୍ଟି ହୋଇଛି। ନେପାଳର କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଆଜି ଶାସକ କମ୍ୟୁନିଷ୍ଟ ପାର୍ଟି ଦଳରୁ ବହିଷ୍କାର କରିଛି। ତାଙ୍କୁ ଦଳର ପ୍ରାଥମିକ ସଦସ୍ୟତାରୁ ହଟାଇ ଦିଆଯାଇଛି ବୋଲି ଏକ ବିବୃତିରେ କୁହାଯାଇଛି । ବିଗତ କିଛି ମାସ ଧରି ଦଳରେ ଓଲିଙ୍କ ବିରୋଧରେ ତୀବ୍ର ଅସନ୍ତୋଷର ସ୍ବର ଉଠିଥିଲା। ଆଜି ଓଲିଙ୍କ ବହିଷ୍କାର ପରେ ନେପାଳ କମ୍ୟୁନିଷ୍ଟ୍‌ ପାର୍ଟିରେ ବଡ଼ ବିଭାଜନ ଆଶଙ୍କା ମଧ୍ୟ ଦେଖାଦେଇଛି। ଓଲିଙ୍କୁ ସଂସଦୀୟ ଦଳ ନେତା ପଦରୁ ହଟାଯିବା ପରେ ପୁଷ୍ପ କମଲ ଦହଲ ପ୍ରଚଣ୍ଡଙ୍କୁ ସଂସଦୀୟ ଦଳ ନେତା ନିର୍ବାଚିତ କରାଯାଇଛି। ପ୍ରାୟ ଦୁଇ ବର୍ଷ ହେଲା ଓଲି ଚୀନ୍‌ ଉପରେ ଅଧିକ ନିର୍ଭରଶୀଳ ହୋଇପଡ଼ିଥିବା ବେଳେ ତାଙ୍କର କେତେକ ପଦକ୍ଷେପ ଭାରତ ବିରୋଧୀ ଥିଲା। ଭାରତୀୟ ଅଂଚଳକୁ ନିଜର ବୋଲି ଦର୍ଶାଇ ଓଲି ନେପାଳ ସଂସଦରେ ଏକ ବିବାଦୀୟ ମାନଚିତ୍ର ଗୃହୀତ କରାଇ ନେଇଥିଲେ।

ସମ୍ବନ୍ଧିତ ଖବର