ଡ୍ରଗ୍ସ ରଖିଥିବା ଅଭିଯୋଗରେ ଦୁଇ ବର୍ଷ ପାଇଁ ଜେଲ୍‌ ଗଲେ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର ମାଲିକ ନେସ୍‌ ଓ୍ଵାଡିଆ

ନୂଆଦିଲ୍ଲୀ : ବଡ଼ ବ୍ୟବସାୟୀ ତଥା ଆଇପିଏଲ୍‌ ଟିମ୍‌ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର ମାଲିକ ନେସ୍‌ ଓ୍ଵାଡିଆଙ୍କୁ ଜାପାନରେ ଦୁଇ ବର୍ଷର ଜେଲ ଦଣ୍ଡାଦେଶ ଦିଆ ଯାଇଛି । ଡ୍ରଗ୍ସ ରଖିଥିବା ନେଇ ନେସ୍‌ ଓ୍ଵାଡିଆଙ୍କୁ ଏଭଳି ଦଣ୍ଡ ମିଳିଥିବା ସାମ୍ନାକୁ ଆସିଛି । ଫାଇନାନ୍‌ସିଆଲ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଗତ ମାର୍ଚ୍ଚ ମାସରେ ନେସ୍‌ ଓ୍ଵାଡିଆଙ୍କ ପାଖରୁ ୨୫ଗ୍ରାମ୍‌ କାନ୍‌ବିସ୍‌ ରେଜିନ୍‌ ନାମକ ଡ୍ରଗ୍ସ ଜବତ କରାଯାଇଥିଲା । ଡ୍ରଗ୍ସ ଜବତ ପରେ ତାଙ୍କୁ ଗିରଫ କରାଯାଇଥିବା ବେଳେ ଏବେ ଏହି ମାମଲାର ଶୁଣାଣି କରାଯାଇ ତାଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶ ଦିଆ ଯାଇଛି ।

News18.com

ସୂଚନା ମୁତାବକ, ଗିରଫ ହେବା ପରେ ଡ୍ରଗ୍ସ ରଖିବା କଥା ନେସ୍‌ ସ୍ୱିକାର କରିବା ସହ ନିଜ ବ୍ୟବହାର ପାଇଁ ରଖୁଥିବା କହିଥିଲେ । ଏହା ପ୍ରଥମ ନୁହେଁ ୨୦୧୪ରେ ବଲିଉଡ୍‌ ଅଭିନେତ୍ରୀ ପ୍ରୀତି ଜିଣ୍ଟା ନେସ୍‌ଙ୍କ ଉପରେ ଅସଦାଚରଣର ଅଭିଯୋଗ ଆଣିଥିଲେ । କିନ୍ତୁ ପରେ ନିଜର ଅଭିଯୋଗକୁ ଫେରାଇ ନେଇଥିଲେ ।

ସମ୍ବନ୍ଧିତ ଖବର