ନୂଆଦିଲ୍ଲୀ : ୨୦୨୨-୨୩ ଆର୍ଥିକ ବର୍ଷରେ ଜୁନ୍ ୧୬ ତାରିଖ ସୁଦ୍ଧା ୩,୩୯,୨୨୫ କୋଟି ଟଙ୍କାର ନିଟ୍ ପ୍ରତ୍ୟକ୍ଷ କର ସଂଗ୍ରହ ହୋଇଛି। ୨୦୨୧-୨୨ ଆର୍ଥିକ ବର୍ଷର ଏହି ସମୟ ଭିତରେ ୨,୩୩,୬୫୧ କୋଟି ଟଙ୍କାର ନିଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ହୋଇଥିଲା। ଅର୍ଥାତ୍ ଏ କ୍ଷେତ୍ରରେ ୪୫ ପ୍ରତିଶତ ବୃଦ୍ଧି ଘଟିଛି। ୨୦୨୧-୨୨ ଆର୍ଥିକ ବର୍ଷର ଜୁନ୍ ୧୬ ସୁଦ୍ଧା ତୁଳନା କରିଲେ ଉକ୍ତ ଟିକସରେ ୧୭୧ ପ୍ରତିଶତ ବୃଦ୍ଧି ଘଟିଛି।
ଆଦାୟ ହୋଇଥିବା ମୋଟ ୨,୨୯,୨୨୫ କୋଟି ଟଙ୍କା ମଧ୍ୟରେ କର୍ପୋରେସନ ଟିକସ ରାଶି ୧,୭୦,୫୮୩ ଟଙ୍କା, ପ୍ରତିଭୂତି କାରବାର ଟିକସ ସମେତ ବ୍ୟକ୍ତିଗତ ଆୟକର ରାଶି ୧,୬୭,୯୬୦ କୋଟି ଟଙ୍କା ରହିଛି।
ମୋଟ ପ୍ରତ୍ୟକ୍ଷ ଟିକସ ସଂଗ୍ରହ ଚଳିତ ଆର୍ଥିକ ବର୍ଷର ଜୁନ ୧୬ ସୁଦ୍ଧା ୩,୬୯,୫୫୯ କୋଟି ଟଙ୍କା ରହିଛି। ଗତ ଆର୍ଥିକ ବର୍ଷର ଉପରୋକ୍ତ ସମୟରେ ଏହା ୨,୬୪,୩୮୨ କୋଟି ଟଙ୍କା ରହିଥିଲା। ଅର୍ଥାତ୍ ଏଥିରେ ୪୦ ପ୍ରତିଶତ ବୃଦ୍ଧି ଦେଖାଦେଇଛି। ଅଗ୍ରିମ ଟିକସ ସଂଗ୍ରହରେ ୩୩ ପ୍ରତିଶତ ବୃଦ୍ଧି ଘଟି ୧,୦୧,୦୧୭ କୋଟି ଟଙ୍କାରେ ପହଞ୍ଚିଛି। ଟିଡିଏସ୍ ସଂଗ୍ରହ ରାଶିରେ ୪୬ ପ୍ରତିଶତ ବୃଦ୍ଧି ଘଟି ୨,୨୯,୬୭୬ କୋଟି ଟଙ୍କା ରହିଛି। ରିଫଣ୍ଡ ବାବଦରେ ୩୦,୩୩୪ କୋଟି ଟଙ୍କା ପ୍ରଦାନ କରାଯାଇଛି ବୋଲି ଅର୍ଥ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/17yes-bank5.jpg)