ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ବିୟୋଗରେ ଭାରତ ଜଣେ ଦୂରଦର୍ଶୀ ନେତା, ବିଶ୍ୱପ୍ରସିଦ୍ଧ ଅର୍ଥନୀତିଜ୍ଞ ଏବଂ ଅତୁଳନୀୟ ନିଷ୍ଠାର ସହ ଦେଶର ସେବା କରିଥିବା ରାଜନେତାଙ୍କୁ ହରାଇଛି। ଭାରତୀୟ ଅର୍ଥନୀତିର ନିରନ୍ତର ଅଭିବୃଦ୍ଧି ପାଇଁ ତାଙ୍କର ବଳିଷ୍ଠ ଅବଦାନ ରହିଛି। ତାଙ୍କର ବୁଦ୍ଧି, ଦୂରଦୃଷ୍ଟି ଓ ଭାରତର ସେବା ପ୍ରତି ଅତୁଟ ପ୍ରତିବଦ୍ଧତା ଦେଶକୁ ବିଭିନ୍ନ କ୍ଷେତ୍ରରେ ସମୃଦ୍ଧ କରିଛି।
ଡ. ମନମୋହନ ସିଂହ ଏକାଧାରରେ ଜଣେ ରାଜନୀତିଜ୍ଞ, ଅର୍ଥନୀତିଜ୍ଞ, ଶିକ୍ଷାବିତ୍ ଓ ପ୍ରଶାସନିକ ଅଧିକାରୀ, ଯିଏ କି ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ଭାରତର ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ଜବାହରଲାଲ ନେହରୁ, ଇନ୍ଦିରା ଗାନ୍ଧୀ ଓ ନରେନ୍ଦ୍ର ମୋଦୀଙ୍କ ପରେ ସେ ହେଉଛନ୍ତି ଚତୁର୍ଥ ସର୍ବାଧିକ ସମୟ ଧରି କ୍ଷମତାରେ ରହିଥିବା ପ୍ରଧାନମନ୍ତ୍ରୀ। ତେବେ ଆପଣ ଜାଣିଛନ୍ତି କି ମୃତ୍ୟୁ ପରେ ସେ କେତେ କୋଟିର ସମ୍ପତ୍ତି ଛାଡ଼ିଯାଇଛନ୍ତି?
ଜାତୀୟ ଗଣମାଧ୍ୟମ ମୁତାବକ, ୨୦୧୩ମସିହାରେ ପ୍ରଧାନମନ୍ତ୍ରୀ ଭାବରେ ତାଙ୍କର ସମ୍ପତ୍ତିର ବିବରଣୀ ପ୍ରକାଶ କରିଥିଲେ ଡ. ସିଂହ। ତାଙ୍କ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠ ଅନୁଯାୟୀ ମନମୋହନ ସିଂ ସେହି ସମୟରେ କିଛି ଆବାସିକ ସମ୍ପତ୍ତି, ବ୍ୟାଙ୍କ ଜମା ଏବଂ ମାରୁତି ୮୦୦ କାରର ମାଲିକ ଥିଲେ। ଡ. ସିଂଙ୍କ ମୋଟ ସମ୍ପତ୍ତି ୨୦୧୩ରେ ୧୦.୭୩ କୋଟି ଟଙ୍କା ଥିଲା। ତାଙ୍କର ଚଳନ ସମ୍ପତ୍ତି ବିଷୟରେ କହିବାକୁ ଗଲେ, ଚଣ୍ଡିଗଡ଼ ଏବଂ ଦିଲ୍ଲୀରେ ତାଙ୍କର ଦୁଇଟି ଘର ଥିଲା, ଯାହାର ମୂଲ୍ୟ ୧୧ବର୍ଷ ପୂର୍ବେ ୭.୨୭ କୋଟି ଟଙ୍କା ଥିଲା | ଏବେ ଏହାର ମୂଲ୍ୟ ବଢିଛି। ୨୦୧୩ମସିହାରେ, ତାଙ୍କର ଏସବିଆଇ ଆକାଉଣ୍ଟରେ ମୋଟ ୩.୪୬କୋଟି ଟଙ୍କା ଥିଲା ବୋଲି ଜଣାପଡିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/03/18/2025-03-18t050210493z-t.jpg)
/sambad/media/media_files/2024/12/27/tQKd3BOzsoCKh6iwQrf4.jpg)