ନେତାଜୀ ପକ୍କା ହିନ୍ଦୁ ଥିଲେ: ଅନୀତା

କୋଲକାତା : ‘ମୋ ବାପା ପକ୍କା ହିନ୍ଦୁ ଥିଲେ। ହେଲେ ସେ ଅନ୍ୟ ଧର୍ମକୁ ବି ସମ୍ମାନ ଦେଉଥିଲେ। ସେ ନିଜ ଅନୁସରଣକାରୀମାନଙ୍କୁ ପ୍ରେରିତ କରୁଥିଲେ। ସେଥିରେ ଇଣ୍ଡିଆନ୍‌ ନ୍ୟାସନାଲ ଆର୍ମିର ସଦସ୍ୟ, ତାଙ୍କ ବନ୍ଧୁମାନେ ସାମିଲ୍‌ ଥିଲେ। ସେ ବିଚାରଶୀଳ ଥିଲେ ଏବଂ କର୍ମ ଉପରେ ତାଙ୍କ ବିଶ୍ବାସ ଥିଲା।’ ଜର୍ମାନୀରେ ରହୁଥିବା ନେତାଜୀ ସୁଭାଷ ବୋଷଙ୍କ କନ୍ୟା ଅର୍ଥଶାସ୍ତ୍ରୀ ଅନୀତା ବୋଷ ଏ କଥା କହିଛନ୍ତି। ନେତାଜୀ ଜୟନ୍ତୀକୁ ସମଗ୍ର ଦେଶରେ ପରାକ୍ରମ ଦିବସ ପାଳନ କରାଯାଉଥିବା ଅବସରରେ ଅନୀତା ମ୍ୟୁନିକ୍‌ସ୍ଥିତ ବାଣିଜ୍ୟ ଦୂତାବାସ ଅଧିକାରୀଙ୍କ ଟ୍ବିଟର ହ୍ୟାଣ୍ଡଲରେ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର