ନେତାଜୀଙ୍କ ଅବଶେଷ ଭାରତ ଫେରିବା ଉଚିତ: ଅନୀତା

ନୂଆଦିଲ୍ଲୀ : ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷ୍‌ଙ୍କ ମୃତ୍ୟୁ ଆଜି ଯାଏଁ ରହସ୍ୟମୟ ହୋଇ ରହିଛି। ନେତାଜୀଙ୍କର ବିମାନ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ବୋଲି ମଧ୍ୟ ଅନେକ ବିଶ୍ୱାସ କରୁନାହାନ୍ତି। ତେବେ ଆଜି ନେତାଜୀଙ୍କ ଝିଅ ଅନୀତା ବୋଷ କହିଛନ୍ତି ଯେ ନେତାଜୀଙ୍କ ଅବଶେଷ ଭାରତ ଫେରିବା ଉଚିତ୍‌। ବାପାଙ୍କ ଅବଶେଷ ଘରକୁ ଫେରିଲେ ହିଁ ଏହି ମୃତ୍ୟୁ ରହସ୍ୟର ପରିସମାପ୍ତି ଘଟିବ ବୋଲି ଅନୀତା କହିଛନ୍ତି। ତେବେ ଏହି ଘଟଣାକୁ କୌଣସି ରାଜନୈତିକ ରଙ୍ଗ ମଧ୍ୟ ଦିଆନଯାଉ ବୋଲି ସେ କହିଛନ୍ତି। ଆଶିଷ ରାୟ ନାମକ ଜଣେ ସାମ୍ବାଦିକ ନେତାଜୀଙ୍କ ମୃତ୍ୟୁ ଘଟଣାର ହୋଇଥିବା ୧୧ଟି ଭିନ୍ନ ତଦନ୍ତରୁ ତଥ୍ୟ ସଂଗ୍ରହ କରି ପୁସ୍ତକ ‘ ଲେଡ୍‌ ଟୁ ରେଷ୍ଟ୍‍’ ରଚନା କରିଛନ୍ତି। ଏହି ପୁସ୍ତକର ଉନ୍ମୋଚନ ଉତ୍ସବରେ ଅନୀତା ବୋସ୍‌ ଯୋଗ ଦେଇ କହିଛନ୍ତି ଯେ ନେତାଜୀଙ୍କ ଅବଶେଷ ଭାରତ ଫେରିଲେ ହିଁ ନେତାଜୀଙ୍କ ରହସ୍ୟପୂର୍ଣ୍ଣ ମୃତ୍ୟୁର ପରିସମାପ୍ତି ଘଟିବ।

ସମ୍ବନ୍ଧିତ ଖବର