ନୂଆଦିଲ୍ଲୀ : ଖରାପ ପାଗ ଯୋଗୁଁ ନେତାଜୀଙ୍କ ହୋଲଗ୍ରାମ ଇଣ୍ଡିଆ ଗେଟ୍ଠାରେ ବନ୍ଦ ରଖାଯାଇଛି। ଶୁକ୍ରବାର ଏ ସଂପର୍କରେ ସଂସ୍କୃତି ମନ୍ତ୍ରଣାଳୟ ସୂଚନା ଦେଇଛି। ପାଗ ଅଧିକ ଖରାପ ହେବା କାରଣରୁ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ହୋଲୋଗ୍ରାମ ବନ୍ଦ ରଖାଯାଇଛି ବୋଲି ସଂସ୍କୃତି ମନ୍ତ୍ରଣାଳୟ ଶୁକ୍ରବାର ଦିନ ସ୍ପଷ୍ଟ କରିଛି। ଏଠାରେ କୌଣସି ରାଜନୀତିର ପ୍ରଶ୍ନ ଉଠୁନାହିଁ ବୋଲି କୁହାଯାଇଛି। ଗତକାଲି ମଧ୍ୟରାତ୍ରିରେ ଏହା ସୁଇଚ୍ ଅନ୍ କରାଯାଇଥିଲା ବୋଲି ସଂସ୍କୃତି ମନ୍ତ୍ରଣାଳୟର ଅଧିକାରୀ କହିଛନ୍ତି। ହୋଲୋଗ୍ରାମକୁ ବ୍ଲାକ୍ ଆଉଟ୍ କରାଯିବା ବିରୋଧରେ ତୃଣମୂଳ କଂଗ୍ରେସ (ଟିଏମ୍ସି) ସାଂସଦମାନେ ଗୁରୁବାର ଇଣ୍ଡିଆ ଗେଟ୍ଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।
ଖରାପ ପାଗ ହେତୁ ନେତାଜୀଙ୍କ ହୋଲୋଗ୍ରାମ ବନ୍ଦ
/sambad/media/post_attachments/wp-content/uploads/2022/02/netaji.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)