ଅହମଦାବାଦ୍: ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଜି ତାଙ୍କ ଭାରତ ଗସ୍ତର ଚତୁର୍ଥ ଦିନରେ ପତ୍ନୀ ସାରାଙ୍କ ସହ ଗୁଜରାଟ ପରିଭ୍ରମଣ କରିଛନ୍ତି। ସେମାନେ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେମାନଙ୍କୁ ବିମାନବନ୍ଦରରୁ ସାବରମତି ଆଶ୍ରମ ପର୍ଯ୍ୟନ୍ତ ଏକ କାର୍ରେ ବିଶାଳ ରୋଡ୍ସୋ’ରେ ନେଇଥିଲେ। ଦୀର୍ଘ ୮ କିମି ରାସ୍ତାର ଦୁଇପାର୍ଶ୍ୱରେ ପ୍ରସ୍ତୁତ ୫୦ଟି ମଞ୍ଚରେ ବିଭିନ୍ନ ରାଜ୍ୟର ଲୋକନୃତ୍ୟ ପରିବେଷିତ ହୋଇଥିଲା। ପରେ ନେତାନ୍ୟାହୁ ଦମ୍ପତି ସାବରମତି ଆଶ୍ରମରେ ପହଞ୍ଚି ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରଥିଲେ। ସେଠାରେ ମୋଦି ସେମାନଙ୍କୁ ସୂତାକଟା ଚରଖା ବିଷୟରେ ବୁଝାଇଥିଲେ। ସେହିପରି ସେମାନେ ଆଶ୍ରମରେ ମଧ୍ୟ ଗୁଡ଼ି ଉଡ଼ାଇବାର ମଜା ନେଇଥିଲେ।
ସାବରମତିରେ ନେତାନ୍ୟାହୁ ଦମ୍ପତି
ମୋଦିଙ୍କ ସହ ୮ କିମି.ର ରୋଡ୍ ସୋ’ କଲେ, ଆଶ୍ରମରେ ସୂତା କାଟିିଲେ, ଗୁଡ଼ି ଉଡ଼ାଇଲେ
/sambad/media/post_attachments/wp-content/uploads/2018/01/10-24.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)