ଆସ୍ଥା ଭୋଟ୍‌ରେ ହାରିଲେ ନେତାନ୍ୟାହୁ, ନାଫ୍‌ତାଲି ବନେଟ୍‌ ଇସ୍ରାଏଲ୍‌ର ନୂଆ ପ୍ରଧାନମନ୍ତ୍ରୀ

ଜେରୁଜେଲମ୍‌: ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ଭାବେ ଦୀର୍ଘ ୧୨ ବର୍ଷ ଧରି କ୍ଷମତାରେ ଥିବା ବେଂଜାମିନ୍‌ ନେତାନ୍ୟାହୁ ଆଜି ସଂସଦରେ ହୋଇଥିବା ଆସ୍ଥା ଭୋଟ୍‌ରେ ହାରିବା ପରେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ ସ୍ଥାନରେ ମିଳିତ ମେଣ୍ଟର ନେତା ନାଫ୍‌ତାଲି ବନେଟ୍‌ ଇସ୍ରାଏଲ୍‌ର ନୂଆ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି। ନେତାନ୍ୟାହୁଙ୍କ ବିରୋଧରେ ୬୦ଟି ଭୋଟ୍‌ ପଡ଼ିଥିବା ବେଳେ ତାଙ୍କ ସପକ୍ଷରେ ୫୯ ଭୋଟ୍‌ ମିଳିଥିଲା। ନେତାନ୍ୟାହୁ ଆଜି ପଦ ଛାଡ଼ିବା ପରେ କହିଛନ୍ତି ଯେ ଇସ୍ରାଏଲ୍‌ର ସୁରକ୍ଷା ହିଁ ତାଙ୍କ ଜୀବନର ପ୍ରଥମ ପ୍ରାଥମିକତା ଏବଂ ସେ ଏଥିପାଇଁ ଅହରହ କାମ କରିବେ।

ସମ୍ବନ୍ଧିତ ଖବର