ତେଲ୍ ଅଭିବ : ହମାସ ସହ ଅସ୍ତ୍ରବିରତି ମଧ୍ୟରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ଗସ୍ତରେ ଯାଇଛନ୍ତି । ଆସନ୍ତା ୪ ତାରିଖ ମଙ୍ଗଳବାର ଦିନ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଭେଟିପାରନ୍ତି। ରବିବାର, ଫେବୃଆରୀ ୨ ତାରିଖରେ ନେତାନ୍ୟାହୁ କହିଥିଲେ ଯେ ସେ ଟ୍ରମ୍ପଙ୍କ ସହ ତାଙ୍କ ବୈଠକରେ ଗାଜା ଉପତ୍ୟକାରେ ହାମାସ ଉପରେ ବିଜୟ, ଇରାନର ମୁକାବିଲା ଏବଂ ଆରବ ଦେଶମାନଙ୍କ ସହିତ କୂଟନୈତିକ ସମ୍ପର୍କ ବୃଦ୍ଧି ଭଳି ପ୍ରସଙ୍ଗ ଉପରେ ଆଲୋଚନା କରିବେ। ହ୍ୱାଇଟ ହାଉସରେ ପୁନର୍ବାର ପ୍ରବେଶ କରିବା ପରେ କୌଣସି ବିଦେଶୀ ନେତାଙ୍କ ସହ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କର ଏହା ପ୍ରଥମ ସାକ୍ଷାତ ହେବ ।
ଇସ୍ରାଏଲ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ହ୍ୱାଇଟ ହାଉସରେ ଟ୍ରମ୍ପଙ୍କୁ ଭେଟିବାରେ ସେ ହେଉଛନ୍ତି ପ୍ରଥମ ବିଦେଶୀ ନେତା । ଏହା ଇସ୍ରାଏଲ-ଆମେରିକୀୟ ମେଣ୍ଟର ଶକ୍ତି ଏବଂ ଆମର ବ୍ୟକ୍ତିଗତ ବନ୍ଧୁତାର ଶକ୍ତିର ପ୍ରମାଣ ବୋଲି ସେ କହିଛନ୍ତି। ଗାଜା ଉପତ୍ୟକାରେ ଇସ୍ରାଏଲ ଓ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ରୋକିବା ଏବଂ ବନ୍ଧକ-କଏଦୀଙ୍କ ବିନିମୟକୁ ସୁଗମ କରିବା ଉଦ୍ଦେଶ୍ୟରେ ସୋମବାରଠାରୁ ଆରମ୍ଭ ହେବାକୁ ଥିବା ଅସ୍ତ୍ରବିରତିର ପରବର୍ତ୍ତୀ ପର୍ଯ୍ୟାୟରେ ଆମେରିକା ଏବଂ ଆରବ ମଧ୍ୟସ୍ଥିମାନେ ଏକ ଚୁକ୍ତି ସ୍ଥାପନ କରିବାକୁ ପ୍ରୟାସ ଆରମ୍ଭ କରିବାକୁ ଯାଉଥିବା ବେଳେ ଏହି ବୈଠକ ଅନୁଷ୍ଠିତ ହେବାକୁ ଯାଉଛି। ଅସ୍ତ୍ରବିରତି ଏବଂ ବନ୍ଧକ ଚୁକ୍ତିର ସର୍ତ୍ତାବଳୀ ଅନୁଯାୟୀ, ଚୁକ୍ତିର ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ପ୍ରଥମ ପର୍ଯ୍ୟାୟର ୧୬ତମ ଦିନ ଅର୍ଥାତ୍ ଆସନ୍ତା ସୋମବାରଠାରୁ ଆରମ୍ଭ ହେବା ଉଚିତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)