ତେଲ ଅଭିଭ୍ : ଇସ୍ରାଏଲ ପୁଣି ଥରେ ପ୍ରତିଶୋଧର ନିଆଁରେ ଜଳୁଛି । ଗାଜା ଉପତ୍ୟକାରୁ ୬ ଜଣ ବନ୍ଧକଙ୍କ ମୃତଦେହ ଉଦ୍ଧାର ହେବାର କିଛି ଘଣ୍ଟା ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଘୋଷଣା କରିଛନ୍ତି ଯେ ଇସ୍ରାଏଲ ଆଉ ଖାଲି ବସିବ ନାହିଁ। ଆମେ ଦୋଷୀମାନଙ୍କୁ ଖୋଜିବୁ, ଧରିବୁ ଏବଂ ହିସାବ ବରାବର କରିବୁ। ବନ୍ଧକଙ୍କ ହତ୍ୟାକାରୀଙ୍କୁ ହତ୍ୟା ନ କରିବା ପର୍ଯ୍ୟନ୍ତ ଆମେ ବିଶ୍ରାମ ନେବୁ ନାହିଁ। ହମାସକୁ ଚେତାବନୀ ଦେଇ ନେତାନ୍ୟାହୁ କହିଛନ୍ତି, ଯେଉଁମାନେ ବନ୍ଧକଙ୍କୁ ହତ୍ୟା କରନ୍ତି ସେମାନେ ଶାନ୍ତିପୂର୍ଣ୍ଣ ଭାବେ ଆଲୋଚନା କରିବାକୁ ଚାହାଁନ୍ତି ନାହିଁ। ଏବେ ହମାସକୁ ଏହାର ମୂଲ୍ୟ ଦେବାକୁ ପଡ଼ିବ।

Advertisment

ଆମେ ଏକ ନିଷ୍ଠୁର ଶତ୍ରୁ ସହ ଲଢୁଛୁ ଯିଏ ଆମ ସମସ୍ତଙ୍କୁ ମାରିବାକୁ ଚାହୁଁଛି। ଆମେ ତାଙ୍କୁ ଚେତାବନୀ ଦେଉଛୁ ଯେ ସେ ଯେଉଁଠି ଲୁଚିବେ, ନିଶ୍ଚିତ ପ୍ରତିଶୋଧ ନିଆଯିବ : ନେତାନ୍ୟାହୁ

ନେତନ୍ୟାହୁ କହିଛନ୍ତି, ଆମେ ଏକ ନିଷ୍ଠୁର ଶତ୍ରୁ ସହ ଲଢୁଛୁ ଯିଏ ଆମ ସମସ୍ତଙ୍କୁ ମାରିବାକୁ ଚାହୁଁଛି। ଆମେ ତାଙ୍କୁ ଚେତାବନୀ ଦେଉଛୁ ଯେ ସେ ଯେଉଁଠି ଲୁଚିବେ, ନିଶ୍ଚିତ ପ୍ରତିଶୋଧ ନିଆଯିବ। 

ଇସ୍ରାଏଲ ସେନା କହିଛି ଯେ ଯେତେବେଳେ ସେମାନେ ବନ୍ଧକଙ୍କ ପାଖରେ ପହଞ୍ଚିଲେ, ସମସ୍ତେ ମରିଯାଇଥିଲେ। ବନ୍ଧକମାନଙ୍କ ମୃତଦେହ ଦେଖି ଇସ୍ରାଏଲରେ ପ୍ରବଳ ଅସନ୍ତୋଷ ସୃଷ୍ଟି ହୋଇଛି। ପୀଡ଼ିତଙ୍କ ସହ ଠିଆ ହେବା ପାଇଁ ସୋମବାର ତେଲ ଆଭିଭରେ ଅଧା ଦିନ ପାଇଁ ଧର୍ମଘଟ ହେବ।