ତେଲ୍ ଅଭିଭ୍ : ଇସ୍ରାଏଲରେ ପୁଣି ଥରେ କ୍ଷମତାକୁ ଫେରିଛନ୍ତି ବେଞ୍ଜାମିନ ନେତାନ୍ୟାହୁ। ଦେଶରେ ଷଷ୍ଠ ଥର ପାଇଁ ସରକାର ଗଠନ କରିଥିବା ନେତାନ୍ୟାହୁ ଆଜି ପ୍ରଧାନମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହିତ ନେତାନ୍ୟାହୁଙ୍କର ଘନିଷ୍ଠ ମିତ୍ରତା ରହିଥିବାରୁ ଦ୍ବିପାକ୍ଷିକ ସଂପର୍କ ଆହୁରି ସୁଦୃଢ଼ ହେବା ସମ୍ଭାବନା ରହିଛି । ଆଜି ଶପଥ ନେବା ପୂର୍ବରୁ ନେତାନ୍ୟାହୁ କହିଥିଲେ ଯେ ଆରବ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ଯୁଦ୍ଧର ପରିସମାପ୍ତି ତାଙ୍କ ପାଇଁ ପ୍ରାଥମିକତା ରହିବ। ୭୩ ବର୍ଷୀୟ ନେତାନ୍ୟାହୁ ୧୯୯୬ରେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ହୋଇଥିଲେ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp