ନୂଆଦିଲ୍ଲୀ: ଭିଡିଓ ଷ୍ଟ୍ରିମିଂ କ୍ଷେତ୍ରରେ ଦେଶର ଦୁଇ ବଡ଼ ଧନୀ ମୁକେଶ ଅମ୍ବାନି ଓ ଗୌତମ ଆଦାନି ଆଗରେ ରହିବା ଲାଗି ଲଢ଼େଇ କରିବେ। ଏହି କ୍ଷେତ୍ରରେ ନିଜକୁ ପ୍ରତିଷ୍ଠା କରିସାରିଥିବା ବିଶ୍ବର ଦୁଇ ପ୍ରମୁଖ କଂପାନି ନେଟ୍ଫ୍ଲିକ୍ସ ଓ ଆମାଜନ୍ ପ୍ରାଇମ୍ ଭିଡିଓ ସହିତ ସେମାନଙ୍କ ସିଧାସଳଖ ଲଢ଼େଇ ହେବ। ଷ୍ଟ୍ରିମିଂ ବ୍ୟବସାୟରେ ଆଗରେ ରହିବା ଲାଗି ମୁକେଶଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି। ତାଙ୍କ କଂପାନିର ମାଲିକାନାରେ ଥିବା ଭାୟାକମ୍ ମିଡିଆ ପ୍ରାଇଭେଟ୍ ଲିମିଟେଡ୍ ପାଇଁ ସେ ଜେମ୍ସ ମୁର୍ଦୋଚ୍ଙ୍କ ବୋଧି ଟ୍ରି ସିଷ୍ଟମ୍ସ ଠାରୁ ୧୩,୫୦୦ କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିଛନ୍ତି। ଜିଓ ସିନେମା ଓଟିଟି ଆପ୍କୁ ଭାୟାକମ୍୧୮କୁ ସ୍ଥାନାନ୍ତର କରି ସେ ଷ୍ଟ୍ରିମିଂ ଜଗତରେ ନୂତନ ତରଙ୍ଗ ସୃଷ୍ଟି କରିବାକୁ ଯୋଜନା ରଖିଛନ୍ତି। ମନୋରଞ୍ଜନ ଓ ଷ୍ଟ୍ରିମିଂ ଦୁନିଆରେ ପଛରେ ରହିବାକୁ ଆଦାନି ଚାହୁନାହାନ୍ତି। ସେଥିପାଇଁ ସେ ଏକ ସ୍ବତନ୍ତ୍ର ମିଡିଆ ସଂସ୍ଥା ସ୍ଥାପନ କରିଛନ୍ତି। ଭାରତରେ ପ୍ରତିଟି ଲୋକଙ୍କ ହାତରେ ଇଣ୍ଟରନେଟ୍ ସଂଯୋଗ ଥିବା ସ୍ମାର୍ଟଫୋନ୍ ପହଞ୍ଚିବା ପରେ ଓଟିଟି ପ୍ଲାଟଫର୍ମଗୁଡ଼ିକର ଗ୍ରହଣୀୟତା ବଢ଼ିଛି। ତାହାର ସୁଯୋଗ ନେଇ ନେଟ୍ଫ୍ଲିକ୍ସ ଓ ଆମାଜନ୍ ପ୍ରାଇମ୍ ଏହି ବଜାର ଉପରେ ଆଧିପତ୍ୟ ହାସଲ କରିବା ଲାଗି ଉଦ୍ୟମ ଜାରି ରଖିଛନ୍ତି। ନୂଆ ଗ୍ରାହକ ଯୋଡ଼ିବା ଲାଗି ସେମାନେ ନିଜ ଫି’ କମ୍ କରିବା ଲାଗି ମଧ୍ୟ ପଛାଉ ନାହାନ୍ତି। ଏହି ବଜାରରେ ଭାଗ ବସାଇବା ଲାଗି ଗତବର୍ଷ ସୋନି ଓ ଜୀ ମଧ୍ୟରେ ମିଶ୍ରଣ ହୋଇଥିଲା। ସେହିପରି, ଡିଜ୍ନି ଓ ହଟ୍ଷ୍ଟାର୍ ମଧ୍ୟରେ ମିଶ୍ରଣ ଘଟି ଏକ ବଡ଼ ସଂସ୍ଥା ମଧ୍ୟ ସୃଷ୍ଟି ହୋଇଛି। ଏହି ସବୁ ସଂସ୍ଥା ସହିତ ଲଢ଼େଇ କରି ମୁକେଶ ଓ ଆଦାନିଙ୍କୁ ବଜାର ଭାଗ ହାତେଇବାକୁ ପଡ଼ିବ।
ନେଟ୍ଫ୍ଲିକ୍ସ, ଆମାଜନ ସହ ଲଢ଼ିବେ ମୁକେଶ-ଆଦାନି
/sambad/media/post_attachments/wp-content/uploads/2022/04/f46hsh465sf4h65fs4f65sh4fh654fh65.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)