ଅଦାଲତରେ ନିଜ ବୟସକୁ ୨୦ବର୍ଷ କମ କରିବା ପାଇଁ ଆବେଦନ କଲେ ୬୯ବର୍ଷୀୟ ବୃଦ୍ଧ, ଅଦାଲତ ଦେଲା ଏଭଳି ରାୟ

ନୂଆଦିଲ୍ଲୀ : ଏବେ ଚର୍ଚ୍ଚାରେ ଡ଼ଚ୍‌ ପ୍ରେରଣାଦାୟୀ ବକ୍ତା(ମୋଟିଭେସ୍‌ନାଲ ସ୍ପିକର)ଏମିଲ ରେଟଲବ୍ୟାଣ୍ଡ । ନିଜ ବୟସକୁ କମ କରିବାର ଆବେଦନକୁ ନେଇ ସେ ଏବେ ଚର୍ଚ୍ଚାରେ ରହିଛନ୍ତି । ଏବେ ସେ ୬୯ବର୍ଷ ବୟସରେ ପାଦ ଦେଇଥିଲେ ମଧ୍ୟ ୪୯ବର୍ଷୀୟ ଯୁବକ ଭଳି ଅନୁଭବ କରୁଥିବାରୁ ସେ ନିଜ ବୟସକୁ ୨୦ବର୍ଷ କମ କରିବା ପାଇଁ ଆର୍ଣ୍ଣହେମ୍‌ ଅଦାଲତରେ ଆବେଦନ କରିଥିଲେ । କିନ୍ତୁ ସୋମବାର ଅଦାଲତ ରେଟଲବ୍ୟାଣ୍ଡଙ୍କ ଆବେଦନକୁ ଖାରଜ୍‌ କରି ଦେଇଥିବା ଜଣାପଡ଼ିଛି ।

ଗତ ମାସରେ ରେଟଲବ୍ୟାଣ୍ଡ ବୟସ କମ କରିବାର ଆବେଦନ କରି, ମୁଁ ୬୯ବର୍ଷ ବୟସରେ ହୋଇ ମଧ୍ୟ ୪୯ବର୍ଷ ବୟସ୍କ ଯୁବକଙ୍କ ଭଳି ଅନୁଭବ କରୁଛି । ସେ ନେଇ ମୋ ବୟସକୁ ୨୦ବର୍ଷ କମ କରାଯାଉ । ନାମ ଏବଂ ଲିଙ୍ଗକୁ ବଦଳା ଯାଇ ପାରୁଥିବା ବେଳେ ବୟସ କ’ଣ ପାଇଁ କମ କରାଯାଇ ପାରିବ ନାହିଁ ବୋଲି ଯୁକ୍ତି କରିଥିଲେ ରେଟଲବ୍ୟାଣ୍ଡ । ଏହି ଆବେଦନକୁ ଖାରଜ୍‌ କରି,ଯଦି ସେ ନିଜକୁ ଯୁବକ ବୋଲି ଭାବୁଛନ୍ତି,ତେବେ କୌଣସି ଅସୁବିଧା ନାହିଁ । ଭାବି ପାରିବେ । କିନ୍ତୁ ନିୟମର ଉଲ୍ଲଙ୍ଘନ କରି ଆମେ ତଙ୍କ ବୟସକୁ କମ କରି ପାରିବୁ ନାହିଁ ବୋଲି ଅଦାଲତ କହିଛନ୍ତି।

HuffPost

ଡ଼ଚ୍‌ ଆଇନ୍‌ ଅନୁଯାୟୀ, ସ୍କୁଲରେ ନାମ ଲେଖାଇବା ଏବଂ ଭୋଟ୍‌ ଦେବାର ଏକ ନିର୍ଦ୍ଦିଷ୍ଟ ସମୟ ସୀମା ରହିଛି । ଯଦି ରେଟଲବ୍ୟାଣ୍ଡ କରିଥିବା ଆଦେବନକୁ ଆମେ ଗ୍ରହଣ କରିଥାନ୍ତୁ ତେବେ ସେ ସବୁ କରାଯାଇଥିବା ନିୟମ ଅର୍ଥହୀନ ହୋଇ ଯାଇଥାନ୍ତା । ଜଣେ ଲୋକ ବୃଦ୍ଧା ଅବସ୍ଥାରେ ନିଜକୁ ଯୁବକ ବୋଲି ଅନୁଭବ କରିବାରେ କୌଣସି ଅସୁବିଧା ନାହିଁ। କିନ୍ତୁ ସେ ନେଇ ଜନ୍ମ ତାରିଖ ବଦଳାଇବା ଆଇନର ଉଲ୍ଲଙ୍ଘନ ଅଟେ ବୋଲି ମାମଲାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ମତ ରଖିଥିଲେ ଅଦାଲତର ବିଚାରପତି ।

ସମ୍ବନ୍ଧିତ ଖବର