ଦି ହେଗ୍‌: ବଢ଼ି ଚାଲିଥିବା ‘ଓମିକ୍ରନ୍‌ କରୋନାଭାଇରସ୍‌ ଭେରିଏଣ୍ଟ୍‌’ ସଂକ୍ରମଣକୁ ନିୟନ୍ତ୍ରଣ କରିବା ଲାଗି ଶନିବାର ଦିନ ନେଦର୍‌ଲାଣ୍ଡ୍‌ସ୍‌ ବଡ଼ଦିନ ଲକ୍‌ଡାଉନ୍‌ ଘୋଷଣା କରିଛି।

Advertisment

ଡଚ୍‌ ପ୍ରଧାନମନ୍ତ୍ରୀ ମାର୍କ ରୁଟେ ଘୋଷଣା କରିଛନ୍ତି ଯେ, ସମସ୍ତ ଅଣ-ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ, ସାଂସ୍କୃତିକ ଏବଂ ମନୋରଞ୍ଜନ ସ୍ଥଳ ଜାନୁଆରି ୧୪ ତାରିଖ ପର୍ଯ୍ୟନ୍ତ ନିଶ୍ଚିତ ବନ୍ଦ ରହିବ। କିନ୍ତୁ, ସ୍କୁଲ୍‌ ସବୁ ଅନ୍ୟୂନ ଜାନୁଆରି ୯ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ।

ଘରକୁ ଅତିଥିଙ୍କୁ ଆମନ୍ତ୍ରଣ କରିବା ଉପରେ ମଧ୍ୟ ଡଚ୍‌ବାସୀମାନେ କଠୋର କଟକଣାର ସମ୍ମୁଖୀନ ହେଉଛନ୍ତି। କିନ୍ତୁ, ବଡ଼ଦିନ ପାଇଁ ସରକାରୀ ଅଧିକାରୀମାନେ କିଛି କଟକଣା କୋହଳ କରି ପାରନ୍ତି।

publive-image Image Courtesy of NDTV

ହେଗ୍‌ରେ ଟେଲିଭିଜନ୍‌ ଜରିଆରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରୁଟେ କହିଛନ୍ତି, ଅତି ଦୁଃଖରେ ମୁଁ ଏଠାରେ ଛିଡ଼ା ହୋଇଛି। ସ୍ପଷ୍ଟ ଭାବେ କହିବାକୁ ଗଲେ, ଆସନ୍ତାକାଲି ଠାରୁ (ରବିବାର) ନେଦର୍‌ଲାଣ୍ଡ୍‌ସ୍‌କୁ ପୁଣି ଲକ୍‌ଡାଉନ୍‌ ଫେରିବ।

ସେ ଆହୁରି ମଧ୍ୟ କହିଛନ୍ତି, ଲକ୍‌ଡାଉନ୍‌ ଅବଶ୍ୟମ୍ଭାବୀ। ଆମ ଆଶଙ୍କା ଠାରୁ ଆହୁରି କ୍ଷିପ୍ର ବେଗରେ ‘ଓମିକ୍ରନ୍’ ବିସ୍ତାର ଲାଭ କରୁଛି। ଆଜି ରାତିରେ ଆମେ ଏହି ଅସୁବିଧା ବିଷୟ ହିଁ କହିବୁ।

ସୂଚନାଯୋଗ୍ୟ, ଏହା ହେଉଛି କରୋନାଭାଇରସ୍‌ର ୫ମ ଲହର ହେତୁ ନେଦର୍‌ଲାଣ୍ଡ୍‌ରେ ପୁଣି ଲକ୍‌ଡାଉନ୍‌ ଘୋଷଣା କରାଯାଇଛି।