ନୂଆଦିଲ୍ଲୀ : ଛଅଦିନିଆ ଭାରତ ଗସ୍ତରେ ଆସିଥିବା ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଆଜି ତାଙ୍କ ଗସ୍ତର ପଞ୍ଚମ ଦିନଟି ମୁମ୍ବାଇରେ ଅତିବାହିତ କରିଛନ୍ତି। ବିମାନବନ୍ଦରରେ ତାଙ୍କୁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସ ସ୍ୱାଗତ ଜଣାଇବା ପରେ ନେତାନ୍ୟାହୁ ପ୍ରଥମେ ଶ୍ରେଷ୍ଠ ବ୍ୟବସାୟୀ ମାନଙ୍କ ସହ ସକାଳ ଜଳଖିଆ ସାରି ଭାରତ-ଇସ୍ରାଏଲ ବ୍ୟାବସାୟିକ ସମ୍ମିଳନୀରେ ଉଦ୍ବୋଧନ ଦେଇଥିଲେ। ଏହାପରେ ନେତାନ୍ୟାହୁ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ୧୬୬ ବ୍ୟକ୍ତିଙ୍କ ସ୍ମୃତିସ୍ତମ୍ଭରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ଉକ୍ତ ଆକ୍ରମଣରେ ବାପା ମା’ଙ୍କୁ ହରାଇଥିବା ଇସ୍ରାଏଲୀ ଶିଶୁ ମୋଶେ ହୋଜବର୍ଗଙ୍କ ସହ ମିଶି ନରିମାନ ହାଉସରେ ଏକ ସ୍ମାରକୀ ଉଦ୍ଘାଟନ କରିଥିଲେ। ସନ୍ଧ୍ୟାରେ ନେତାନ୍ୟାହୁ ଏକ ବଲିଉଡ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେଥିରେ ମେଗାଷ୍ଟାର ଅମିତାଭ ବଚ୍ଚନ ମଧ୍ୟ ଉପସ୍ଥିତ ଥିଲେ।
୨୬/୧୧ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ
ମୁମ୍ବାଇରେ ନେତାନ୍ୟାହୁ ମୋଶେଙ୍କୁ ଭେଟିଲେ
/sambad/media/post_attachments/wp-content/uploads/2018/01/Moshe-Netanyahu.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)