କୋଭିଡ- ୧୯ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟବୀମା ପଲିସିଧାରୀ ନଗଦବିହୀନ ଚିକିତ୍ସା ସେବା ପାଇବାକୁ ହକ୍‌ଦାର: କେନ୍ଦ୍ର

ନୂଆଦିଲ୍ଲୀ: ସ୍ୱାସ୍ଥ୍ୟ ବୀମା କରିଥିବା ପଲିସିଧାରୀମାନଙ୍କୁ କେତେକ ଡାକ୍ତରଖାନା କୋଭିଡ- ୧୯ ଚିକିତ୍ସା ପାଇଁ ନଗଦବିହୀନ ସୁବିଧା ପ୍ରଦାନ କରୁନାହାଁନ୍ତି ବୋଲି ଏବେ ବହୁ ଅଭିଯୋଗ ମିଳିବାରେ ଲାଗିଛି। ଯଦିଓ ସ୍ୱାସ୍ଥ୍ୟ ବୀମା କରିଥିବା ପଲିସିଧାରୀମାନେ ସେମାନଙ୍କ ବୀମା ନୀତି ଅନୁଯାୟୀ ନଗଦବିହୀନ ଚିକିତ୍ସା ପାଇଁ ହକଦାର ଅଟନ୍ତି କିନ୍ତୁ କେତେକ କ୍ଷେତ୍ରରେ ତାହା ନେଇ ସମସ୍ୟା ଦେଖାଦେଇଛି।

ଏହି ପରିପ୍ରେକ୍ଷୀରେ, କେନ୍ଦ୍ର ସରକାର ଆଜି ସ୍ପଷ୍ଟ କରିଛନ୍ତି ଯେ ଯେଉଁଠାରେ ବୀମାକାରୀମାନେ ନଗଦବିହୀନ ସୁବିଧା ଯୋଗାଇବା ପାଇଁ ଡାକ୍ତରଖାନା ସହିତ ଏକ ବ୍ୟବସ୍ଥା କରନ୍ତି, ସେହିଭଳି ନେଟୱାର୍କ ହସ୍ପିଟାଲଗୁଡିକ କୋଭିଡ୍‌-୧୯ର ଚିକିତ୍ସା ସମେତ ସମସ୍ତ ଚିକିତ୍ସା ପାଇଁ ନଗଦବିହୀନ ଚିକିତ୍ସା ପ୍ରଦାନ କରିବାକୁ ବାଧ୍ୟ ଅଟନ୍ତି।

ସମସ୍ତ ନେଟୱାର୍କ ପ୍ରଦାନକାରୀ (ଡାକ୍ତରଖାନା), ଯେଉଁମାନେ ସାଧାରଣ ତଥା ସ୍ୱାସ୍ଥ୍ୟ ବୀମାକାରୀଙ୍କ ସହିତ ସେବା ସ୍ତରୀୟ ଚୁକ୍ତିନାମାକୁ ସ୍ୱାକ୍ଷର କରିଛନ୍ତି, ସେମାନଙ୍କୁ ଚୁକ୍ତିନାମା ତଥା ନୀତିର ସର୍ତ୍ତାବଳୀ ଅନୁଯାୟୀ କୋଭିଡ୍‌-୧୯ ଚିକିତ୍ସା ସମେତ ପଲିସିଧାରୀଙ୍କୁ ସମସ୍ତ ପ୍ରକାର ଚିକିତ୍ସା ପାଇଁ ନଗଦବିହୀନ ସୁବିଧା ପ୍ରଦାନ କରିବାକୁ ପଡିବ। ତେଣୁ ସମସ୍ତ ପଲିସିଧାରୀ, ଏହିପରି ସମସ୍ତ ନେଟୱାର୍କ ପ୍ରଦାନକାରୀ (ଡାକ୍ତରଖାନା)ରେ ନଗଦବିହୀନ ସୁବିଧା ପାଇବାକୁ ହକଦାର ଏବଂ ଯେଉଁମାନଙ୍କ ସହିତ ବୀମା କମ୍ପାନୀ ଚୁକ୍ତିନାମା କରିଛନ୍ତି, ସେମାନେ ମଧ୍ୟ ନଗଦବିହୀନ ଚିକିତ୍ସାର ଲାଭ ପାଇବେ।

ଏପରିସ୍ଥିତିରେ ଯଦି କୌଣସି ତାଲିକାଭୁକ୍ତ ନେଟୱାର୍କ ପ୍ରଦାନକାରୀ (ଡାକ୍ତରଖାନା)ରେ କୋଭିଡ୍ ଲାଗି ନଗଦବିହୀନ ଚିକିତ୍ସା ସୁବିଧାକୁ ପ୍ରତ୍ୟାଖ୍ୟାନ କରନ୍ତି, ତେବେ ସମ୍ପୃକ୍ତ ପଲିସିଧାରୀମାନେ ସଂପୃକ୍ତ ବୀମା କମ୍ପାନୀକୁ ଅଭିଯୋଗ ପଠାଇ ପାରିବେ ଏବଂ ଏପ୍ରକାର ଅଭିଯୋଗ ଉପରେ ସରକାର ଦୃଢ଼ ଓ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ସ୍ପଷ୍ଟ ଭାବେ ଜଣାଇ ଦେଇଛନ୍ତି।

ସମ୍ବନ୍ଧିତ ଖବର