ପାକିସ୍ତାନ ମିଛ କହୁଛି, ଭାରତ ସମର୍ଥିତ ଆତଙ୍କବାଦ କଥା କେବେ ଶୁଣିନାହିଁ : ପୂର୍ବତନ ସିଆଇଏ ମୁଖ୍ୟ

ନୂଆଦିଲ୍ଲୀ: ସାରା ଦୂନିଆ ପାଇଁ ଆତଙ୍କବାଦୀ କାରଖାନା ପାଲଟି ଥିବା ପାକିସ୍ତାନ କିନ୍ତୁ ନିଜେ ଆତଙ୍କବାଦର ଶିକାର ବୋଲି ବାହାନା କରିଆସିଛି । ପାକିସ୍ତାନରେ ହେଉଥିବା ବିଭିନ୍ନ ଆତଙ୍କବାଦୀ ଆକ୍ରମଣ ପାଇଁ ଭାରତକୁ ସବୁବେଳେ ଦାୟୀ କରିଆସିଛି ଇସ୍ଲାମାବାଦ । ପୁଣି ଆମ ଶତ୍ରୁ ଦେଶର ଏହି ଉକ୍ତିକୁ ସମର୍ଥନ କରୁଥିବା କିଛି ଲୋକ ଆମ ଦେଶରେ ବି ଅଛନ୍ତି ।

କିନ୍ତୁ ଭାରତ କେବେମଧ୍ୟ ଆତଙ୍କବାଦୀମାନଙ୍କୁ ସମର୍ଥନ ଦେଇନାହିଁ ବୋଲି ଆମେରିକା ମଧ୍ୟ ସ୍ପଷ୍ଟ କରିଛି । ଆମେରିକାର ବିଖ୍ୟାତ ଗୁଇନ୍ଦା ସଂସ୍ଥା ସିଆଇଏର ପୂର୍ବତନ ନିର୍ଦ୍ଦେଶକ ଡେଭିଡ୍‌ ପେଟ୍ରସ୍‌ କହିଛନ୍ତି ଯେ ଭାରତ କେବେ ଆତଙ୍କବାଦୀଙ୍କ ସହିତ ସମ୍ପର୍କ ରଖିଥିବା ସେ ଜାଣନ୍ତି ନାହିଁ ।
“ମୁଁ ମୋ ସମୁଦାୟ କ୍ୟାରିୟରରେ କେବେମଧ୍ୟ ଭାରତ ସମର୍ଥିତ ଆତଙ୍କବାଦ କଥା ଶୁଣିନାହିଁ” ବୋଲି କହିଛନ୍ତି ପେଟ୍ରସ ।

ଡେଭିଡ୍‌ଙ୍କ ଏହି ମନ୍ତବ୍ୟ ଉଭୟ ପାକିସ୍ତାନ ପାଇଁ କଟାଘାରେ ଚୂନ ସଦୃଶ ହୋଇଛି । ପୁଣି ଭାରତର ମଧ୍ୟ କେତେକ ଗୋଷ୍ଠୀ ହିନ୍ଦୁ ମାନଙ୍କୁ ଆତଙ୍କବାଦୀ ଦର୍ଶାଇବାରେ ଉଦ୍ୟମ ଜାରି ରଖିଛନ୍ତି । ସେମାନଙ୍କ ପାଇଁ ମଧ୍ୟ ଡେଭିଡ୍‌ଙ୍କ ଏହି ମନ୍ତବ୍ୟ ଭଲ ଲାଗି ନପାରେ ।

ବେଲୁଚିସ୍ତାନରେ ଚାଲିଥିବା ହିଂସାକାଣ୍ଡ ପଛରେ ମଧ୍ୟ ଭାରତ ରହିଛି ବୋଲି ପାକିସ୍ତାନ ସବୁବେଳେ କହି ଆସିଛି । ଇରାନରୁ କୂଳଭୂଷଣଙ୍କୁ ଅପହରଣ କରି ତାଙ୍କୁ ଜବରଦସ୍ତି ଏ ସଂପର୍କରେ ସ୍ୱୀକାର କରିବାକୁ କହୁଛି । କିନ୍ତୁ ଧୀରେ ଧୀରେ ସାରା ବିଶ୍ୱରେ ପାକିସ୍ତାନର ଅସଲ ମୁଖା ଖୋଲିବାରେ ଲାଗିଛି ।

ସମ୍ବନ୍ଧିତ ଖବର