ଇତିହାସରେ କଦାପି ଯୁଦ୍ଧରୁ ଏଭଳି ଅବ୍ୟବସ୍ଥିତ ଓ ଦୟନୀୟ ଅପସାରଣ ହୋଇନାହିଁ: ଡୋନାଲ୍‌ଡ୍‌ ଟ୍ରମ୍ପ୍‌

ୱାସିଂଟନ୍‌: ଆଫଗାନିସ୍ତାନରୁ ଆମେରିକୀୟମାନେ ଯେଭଳି ପ୍ରତ୍ୟାହାର କଲେ, ଇତିହାସରେ କଦାପି ଯୁଦ୍ଧରୁ ସେ ପ୍ରକାର ଦୟନୀୟ ତଥା ଅବ୍ୟବସ୍ଥିତ ଅପସାରଣ ହୋଇ ନ ଥିବା କଥା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ବାଇଡେନ୍‌ ପ୍ରଶାସନକୁ ସମାଲୋଚନା କରି କହିଛନ୍ତି।

ସେ କହିଛନ୍ତି, ଆଫଗାନିସ୍ତାନରୁ ବାଇଡେନ୍‌ ପ୍ରଶାସନ ଯେମିତି ଦୟନୀୟ ଓ ଅବ୍ୟବସ୍ଥିତି ଭାବେ ଯୁଦ୍ଧରୁ ଅପସାରଣ ପରିଚାଳନା କଲା ଇତିହାସରେ କଦାପି ସେଭଳି ହୋଇନାହିଁ।

Image Courtesy of Reuters

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଏଥିସହ ସମସ୍ତ ପ୍ରକାର ଉପକରଣ ମଧ୍ୟ ତୁରନ୍ତ ଯୁକ୍ତରାଷ୍ଟ୍ର ଆମେରିକାକୁ ଫେରାଇ ଆଣିବାକୁ ଦାବି କରାଯିବା ଉଚିତ। ସେଗୁଡ଼ିକରେ ସମୁଦାୟ ୮୫ ବିଲିୟନ୍‌ ଡଲାର୍‌ର ଗୋଟିଏ ଗୋଟିଏ ପଇସା ଅନ୍ତର୍ଭୁକ୍ତ ହୋଇ ରହିଛି।

ଯଦି ସେ ସବୁ ଫେରସ୍ତ ନ ମିଳେ, ଆମେ ନିଶ୍ଚିତରୂପେ ସେନା ସହ ଯାଇ ସେଗୁଡ଼ିକୁ ଫେରାଇ ଆଣିବା ଉଚିତ। ତା’ ନ ହେଲେ ଅନ୍ୟୂନ ବୋମା ବର୍ଷଣ କରିବା କଥା। ଏଭଳି ଦୁର୍ବଳମନା ଅପସାରଣ ଯେ ସମ୍ଭବ! ଏମିତି ବୋକାମି କେହି କେବେ କଳ୍ପନା କରି ନ ଥିଲେ।

Image Courtesy of NDTV

ସୂଚନାଯୋଗ୍ୟ, ଡୋନାଲ୍‌ଡ୍‌ ଟ୍ରମ୍ପ୍‌ଙ୍କ ଉତ୍ତରାଧିକାରୀ ରାଷ୍ଟ୍ରପତି ଜୋ ବାଇଡେନ୍‌ ତାଲିବାନ୍‌ ସହ ଚୂଡ଼ାନ୍ତ ବୁଝାମଣା ନିମନ୍ତେ ‘ଆଫଗାନ ରିକନ୍‌ସିଲେସନ୍‌ ଜଲାମି ଖଲିଜାଦ୍‌’ଙ୍କ ପାଇଁ ସ୍ବତନ୍ତ୍ର ପ୍ରତିନିଧି ରଖିଥିଲେ।

ସେହିଭଳି, ପୂର୍ବତନ ବୈଦେଶିକ ସଚିବ ମାଇକ୍‌ ପମ୍ପିଓ ମଧ୍ୟ କହିଛନ୍ତି, ଅପସାରଣ ତାରିଖ ପାଇଁ କୌଣସି ବାଧ୍ୟବାଧକତା ନ ଥିଲା। ବାଧ୍ୟତା ଥିଲା ଆମେରିକୀୟମାନଙ୍କୁ ଏବଂ ଆମେରିକାକୁ ସୁରକ୍ଷିତ ରଖିବା ନିମନ୍ତେ।

ଏହା ବ୍ୟତିରେକେ, ଜାତିସଂଘ ପାଇଁ ଆମେରିକାର ପୂର୍ବତନ ଶ୍ରେଷ୍ଠ କୂଟନୀତିଜ୍ଞା ନିକ୍କି ହେଲି ମଧ୍ୟ ଏହାକୁ ‘ଲଜ୍ଜାଜନକ ଅପସାରଣ’ ବୋଲି ଅଭିହିତ କରିଛନ୍ତି।

ସମ୍ବନ୍ଧିତ ଖବର