କେବେ କହିନଥିଲୁ ଯେ କିଏ ନେତୃତ୍ବ ନେବ : ବିରୋଧୀ ଏକତାକୁ ନେଇ କଂଗ୍ରେସର ବଡ଼ ବୟାନ

ଚେନ୍ନାଇ: ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନ ୨୦୨୪ ପାଇଁ ବିରୋଧୀ ମାନେ ଏକାଠି ହେବା ପାଇଁ ଉଦ୍ୟମ ଜାରି ରଖିଛନ୍ତି । ଡିଏମକେ ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନଙ୍କ ଜନ୍ମଦିନ ଅବସରରେ ବୁଧବାର ଚେନ୍ନାଇରେ ଏକ ରଥଯାତ୍ରାର ଆୟୋଜନ କରାଯାଇଛି। ଏଥିରେ ଅନେକ ବିରୋଧୀ ଦଳ ନେତାମାନେ ଯୋଗ ଦେଇଥିଲେ । ଏହି ଅବସରରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ଲୋକସଭା ନିର୍ବାଚନ ୨୦୨୪ରେ ବିରୋଧୀ ଏକତାକୁ ନେଇ ଏକ ବଡ ବୟାନ ଦେଇଛନ୍ତି ।

ମିଳିତ ବିରୋଧୀ ଦଳରେ କିଏ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବେ ବୋଲି ପଚରାଯିବାରୁ ଖଡଗେ କହିଛନ୍ତି, କିଏ ନେତୃତ୍ୱ ନେବ ତାହା ମୁଁ କେବେ କହିନଥିଲି। କିଏ ନେତୃତ୍ୱ ନେବ କିମ୍ବା କିଏ ପ୍ରଧାନମନ୍ତ୍ରୀ ଚେହେରା ହେବ ତାହା ପ୍ରଶ୍ନ ନୁହେଁ। ଏହା ପୂର୍ବରୁ ୨୦୧୯ରେ କଂଗ୍ରେସ କହିଆସୁଥିଲା ଯେ ସେ ମେଣ୍ଟର ନେତୃତ୍ୱ ନେବାକୁ ଚାହୁଁଛି। କିନ୍ତୁ ଏବେ କଂଗ୍ରେସ ନିଜର ଆଭିମୁଖ୍ୟକୁ କିଛିଟା କୋହଳ କରିବା ପରି ଲାଗୁଛି ।

ଷ୍ଟାଲିନଙ୍କ ସପକ୍ଷରେ ଅବଦୁଲ୍ଲା

ଯେତେବେଳେ ଆମେ ସମସ୍ତେ ଏକାଠି ହୋଇ ଜିତିବୁ, ସେତେବେଳେ ଦେଶର ନେତୃତ୍ୱ ନେବା ପାଇଁ କିଏ ଶ୍ରେଷ୍ଠ ବ୍ୟକ୍ତି ତାହା ସ୍ଥିର ହେବ। ଏମକେ ଷ୍ଟାଲିନ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୋଇପାରିବେ କି ବୋଲି ପଚରାଯିବାରୁ? ଏହାର ଉତ୍ତରରେ ଅବଦୁଲ୍ଲା କହିଛନ୍ତି, କାହିଁକି ନୁହେଁ। ସେ କାହିଁକି ପ୍ରଧାନମନ୍ତ୍ରୀ ହୋଇପାରିବେ ନାହିଁ? ଏଥିରେ କ’ଣ ଭୁଲ୍ ଅଛି?”

ସମ୍ବନ୍ଧିତ ଖବର