ନୂଆ ରୂପରେ ଆସୁଛି ୧୦୦ ଟଙ୍କିଆ ନୋଟ, ନା ଚିରିବ-ନା ଓଦା ହେବ

ନୂଆଦିଲ୍ଲୀ: ନୂଆ ରୂପରେ ଆସିବାକୁ ଯାଉଛି ୧୦୦ ଟଙ୍କିଆ ନୋଟ | ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଏକ ନୂତନ ୧୦୦ ଟଙ୍କିଆ ନୋଟ୍ ଆଣିବାକୁ ଯାଉଛି। ବିଶେଷ କଥା ହେଉଛି ନୂଆ ନୋଟ୍ ଚକଚକ ହେବ ଓ ବହୁତ ସମୟ ଯାଏଁ ନଷ୍ଟ ନ ହୋଇ ସ୍ଥାୟୀ ହୋଇ ରହିବ | ବାର୍ଣ୍ଣିସ ଲାଗିଥିବା ଏହି ନୋଟକୁ ପ୍ରଥମେ ଟ୍ରାଏଲ ଭିତ୍ତିରେ ଲଞ୍ଚ କରାଯିବ | ଯଦି ସଫଳ ହୁଏ ତେବେ ମାର୍କେଟକୁ ଅଧିକ ମାତ୍ରାରେ ଛଡ଼ାଯିବ | ଆର୍‌ବିଆଇ ଏହାର ବାର୍ଷିକ ରିପୋର୍ଟରେ କହିଛି ଯେ ବାର୍ଣ୍ଣିସ ରଙ୍ଗ ଲାଗିବା ହେତୁ ନୂଆ ନୋଟ୍ ନା ପାଣିରେ ଓଦା ହେବ ନା ଚିରିଯିବ |

ତେଣୁ, ଏହି ନୋଟକୁ ଅଧିକ ଯତ୍ନର ସହିତ ରଖିବାର କୌଣସି ଆବଶ୍ୟକତା ପଡିବ ନାହିଁ | ବାସ୍ତବରେ, ରିଜର୍ଭ ବ୍ୟାଙ୍କକୁ ପ୍ରତିବର୍ଷ ଲକ୍ଷ ଲକ୍ଷ ଟଙ୍କାକୁ ନଷ୍ଟ ହୋଇଯାଇଥିବା କାରଣରୁ ବଦଳାଇବାକୁ ପଡେ | ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ଦୁନିଆର ଅନେକ ଦେଶ ପ୍ଲାଷ୍ଟିକ୍ ନୋଟ୍ ବ୍ୟବହାର କରନ୍ତି | ବର୍ତ୍ତମାନ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟ ଏହାକୁ ପରୀକ୍ଷା କରିବାକୁ ନିଷ୍ପତ୍ତି ନେଇଛି।

ଏହି ନୋଟର ଡିଜାଇନ୍ ମଧ୍ୟ ସ୍ୱତନ୍ତ୍ର ହେବ, ଯାହାଦ୍ୱାରା ଦୃଷ୍ଟିହୀନ ଲୋକମାନେ ମଧ୍ୟ ଏହାକୁ ସହଜରେ ଚିହ୍ନି ପାରିବେ | ଏହା ବ୍ୟତୀତ ନୋଟର ଗୁଣବତ୍ତା ଉନ୍ନତ କରିବାକୁ ଆରବିଆଇ ମୁମ୍ବାଇରେ ବ୍ୟାଙ୍କ୍ ନୋଟ୍ କ୍ୱାଲିଟି ଆସୁରାନ୍ସ ଲାବୋରେଟୋରୀ ମଧ୍ୟ ସ୍ଥାପନ କରିଛି। ଆଉ ଏହି ନୂଆ ନୋଟ ଏଠାରେ ପ୍ରସ୍ତୁତ ହେବ |

ସମ୍ବନ୍ଧିତ ଖବର