ବେଜିଂ : ଚୀନ୍ରେ ଏବେ ନୂଆ କରୋନା ମାମଲା ସରକାରଙ୍କ ଚିନ୍ତା ବଢ଼ାଇ ଦେଇଛି। କରୋନା ଭାଇରସ୍ର କେନ୍ଦ୍ରସ୍ଥଳ ଉହାନ୍ରୁ ଗତକାଲି ଲକ୍ଡାଉନ୍ ହଟିଥିଲେ ମଧ୍ୟ ସବୁ ଅଂଚଳରେ କରୋନା ରୋଗୀ ଅଛନ୍ତି ଏବଂ ପ୍ରତିଦିନ ନୂଆ ଆକ୍ରାନ୍ତ ପୁଣି ବାହାରିଲେଣି। ଦୀର୍ଘ ୭୬ ଦିନ ପରେ ଉହାନ୍ରୁ ଗତକାଲି ଲକ୍ଡାଉନ୍ ହଟିଲା। ଚୀନ୍ ଏବେ ଧୀରେ ଧୀରେ ସ୍ବାଭାବିକ ହେଉଛି ବୋଲି ଏହା ସୂଚନା ଦେଉଛି। କିନ୍ତୁ ବାସ୍ତବ ସ୍ଥିତି ଅନୁଧ୍ୟାନ କଲେ ଜଣାପଡ଼ୁଛି ଯେ, ଚୀନ୍ରେ ଏବେ ଦ୍ବିତୀୟ ପର୍ଯ୍ୟାୟ ସଂକ୍ରମଣ ଆରମ୍ଭ ହୋଇଯାଇଛି। ଚୀନ୍ର ସରକାରୀ ତଥ୍ୟ ଅନୁଯାୟୀ ଦେଶର ବିଭିନ୍ନ ଅଂଚଳରୁ ଏବେ ୧୧୦୦ ନୂଆ କରୋନା ମାମଲା ସାମ୍ନାକୁ ଆସିଛି ଏବଂ ଅନ୍ୟମାନଙ୍କୁ ସଂକ୍ରମଣରୁ ରକ୍ଷା କରିବା ପାଇଁ କଟକଣା ମଧ୍ୟ ବଢ଼ାଇଯାଇଛି। ୨ ଶହରୁ ଅଧିକ ମାମଲା ବିଦେଶ ଫେରନ୍ତାଙ୍କୁ ନେଇ ହୋଇଥିବା ସ୍ଥାନୀୟ ପ୍ରଶାସନ ସୂତ୍ରରୁ ପ୍ରକାଶ । ଚୀନ୍ର ସ୍ବାସ୍ଥ୍ୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୁହାଯାଇଛି ଯେ ଗୁରୁବାର ୨ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଲକ୍ଷଣ ନଥିବା ରୋଗୀଙ୍କ ପାଇଁ ସମସ୍ୟା ବଢ଼ୁଛି। ଏଥିସହ ଚୀନ୍ରେ କରୋନା ମୃତ୍ୟୁସଂଖ୍ୟା ୩,୩୩୫ରେ ପହଞ୍ଚିଛି ଏବଂ ଆକ୍ରାନ୍ତଙ୍କ ସଂଖ୍ୟା ୮୧,୮୬୫ରେ ପହଞ୍ଚିଲାଣି। ଦୀର୍ଘ ୩ ମାସ ଧରି କରୋନା ନିୟନ୍ତ୍ରଣ ପାଇଁ ଚୀନ୍ରେ ସବୁକିଛି ବନ୍ଦ ଥିଲା। ଏବେ ପର୍ଯ୍ୟାୟକ୍ରମେ ଚୀନ୍ରେ ଫ୍ୟାକ୍ଟ୍ରି ଏବଂ କମ୍ପାନିଗୁଡ଼ିକ ଖୋଲିଥିବା ବେଳେ ଏହି ନୂଆ ମାମଲା ଯୋଗୁଁ ପୁଣି ସ୍ଥିତି ଜଟିଳ ହେବା ଆଶଙ୍କା ରହିଛି। ଉହାନ୍ ନିକଟସ୍ଥ ଗୁଆଙ୍ଗଡଙ୍ଗ୍ ପ୍ରଦେଶରେ ପୁଣି କେତେକ ନୂଆ ମାମଲା ଆସିବା ପରେ ବ୍ୟାପକ ଯାଞ୍ଚ ଆରମ୍ଭ ହୋଇଛି। ବୁଧବାର ଦିନ ମଧ୍ୟ ୫୬ ଜଣଙ୍କ ଶରୀରରେ ଭାଇରସ୍ର କୌଣସି ଲକ୍ଷଣ ନଥାଇ ଭାଇରସ୍ ପଜିଟିଭ୍ ଥିବା ଜଣାପଡ଼ିଛି। ଚୀନ୍ରେ ସମୁଦାୟ ୧୧୦୪ ଜଣ ଦ୍ବିତୀୟ ପର୍ଯ୍ୟାୟରେ ଭାଇରସ୍ ସଂକ୍ରମିତ ହୋଇଛନ୍ତି। ହୁବେଇ ପ୍ରଦେଶରେ ବୁଧବାର କରୋନା ଯୋଗୁଁ ୨ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ଚୀନ୍ର ଚିନ୍ତା ବଢ଼ାଇଲା ୧୧୦୦ ନୂଆ ମାମଲା
/sambad/media/post_attachments/wp-content/uploads/2020/04/corona-8-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)