କିବରୁ ଉଠିଲା ରାତ୍ରୀ କର୍ଫ୍ୟୁ, ଫସିଥିବା ଭାରତୀୟଙ୍କ ପାଇଁ ନୂଆ ପରାମର୍ଶ ଜାରି କଲା ଦୂତାବାସ

ନୂଆଦିଲ୍ଲୀ : ଯୁଦ୍ଧଗ୍ରସ୍ତ ୟୁକ୍ରେନର ରାଜଧାନୀ କିବ୍ ଉପରେ ଗତ ରାତିଠାରୁ ଆଉ ଆକ୍ରମଣ ହୋଇନାହିଁ । ରୁଷିଆ ସେନା କିଏଭକୁ ଘେରି ରହିଥିଲେ ମଧ୍ୟ ଆକ୍ରମଣ କରୁନାହାନ୍ତି । ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଆରମ୍ଭ ହୋଇଯାଇଥିବାରୁ ଅସ୍ଥାୟୀ ଭାବେ ଶାନ୍ତି ବିରାଜମାନ କରୁଛି । ଏହାକୁ ଦୃଷ୍ଟିରେ ରଖି କିବ୍ ରେ ଲାଗିଥିବା ରାତ୍ରିକାଳୀନ କର୍ଫ୍ୟୁକୁ ହଟାଇ ଦିଆଯାଇଛି । ଏହା ସହିତ ମେଟ୍ରୋ ଟ୍ରେନ ଚଳାଚଳ ଆରମ୍ଭ କରିଦେଇଛି ।

କର୍ଫ୍ୟୁ ହଟିଯାଇଥିବାରୁ କିବ୍ ରେ ଥିବା ଭାରତୀୟ ଦୂତାବାସ ପକ୍ଷରୁ ସେଠାରେ ଫସିରହିଥିବା ଭାରତୀୟ ଛାତ୍ରଛାତ୍ରୀମାନଙ୍କ ପାଇଁ ସାନି ପରାମର୍ଶ ଜାରି କରାଯାଇଛି । ଏଥିରେ କୁହାଯାଇଛି ଯେ, କିବ୍ ରେ ରାତ୍ରକାଳୀନ କର୍ଫ୍ୟୁ ହଟିଯାଇଛି । ଏଣୁ ଛାତ୍ରଛାତ୍ରୀମାନେ ନିକଟତମ ରେଳଷ୍ଟେସନକୁ ଯାଇ ପଶ୍ଚିମ ୟୁକ୍ରେନକୁ ଯାଉଥିବା ଟ୍ରେନ ଧରନ୍ତୁ । ବିଦେଶୀମାନଙ୍କ ସ୍ଥାନାନ୍ତରଣ ପାଇଁ ୟୁକ୍ରେନ ସରକାର କେତେକ ସ୍ବତନ୍ତ୍ର ଟ୍ରେନ ଚଳାଚଳ କରୁଛନ୍ତି ।

ଭାରତୀୟ ଛାତ୍ରଛାତ୍ରୀମାନେ ଶାନ୍ତ ରହିବା ସହ ଏକତ୍ରିତ ରହିବାକୁ ଦୂତାବାସ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯାତ୍ରା କରିବାବେଳେ ନିଜର ପାସପୋର୍ଟ, ନଗଦ ମୁଦ୍ରା, ଖାଦ୍ୟ ରଖିବାକୁ କୁହାଯାଇଛି । ଅନ୍ୟପକ୍ଷରେ ରେଳଷ୍ଟେସନରେ ଘଣ୍ଟା ଘଣ୍ଟା ଧରି ଲାଇନରେ ଅପେକ୍ଷା କରିବାକୁ ପଡିପାରେ, ଟ୍ରେନ ବାତିଲ ହୋଇପାରେ । ଏହା ସତ୍ତ୍ବେ ରେଳ ଷ୍ଟେସନ ଗୁଡ଼ିକରେ ବିଶୃଙ୍ଖଳିତ ଆଚରଣ ନ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି ।

ସମ୍ବନ୍ଧିତ ଖବର