ନୂଆ କୃଷି ଆଇନ କୃଷକଙ୍କ ଆତ୍ମା ଉପରେ ପ୍ରହାର: ରାହୁଲ

ଚଣ୍ଡିଗଡ଼: କଂଗ୍ରେସ ନେତା ରାହୁଲ ଗାନ୍ଧି ଆଜି କୃଷି ଆଇନ ପ୍ରସଙ୍ଗରେ ପୁଣି ଥରେ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି ଏଭଳି ଆଇନ ଦେଶର ପ୍ରତି କୃଷକଙ୍କ ଆତ୍ମା ଉପ‌‌ରେ ଏକ ପ୍ରହାର। ଏହା ଦେଶର ମୂଳଦୁଆକୁ ଦୁର୍ବଳ କରିଦେବ। କୃଷକ ଏବଂ ଶ୍ରମିକଙ୍କ ରକ୍ତ ଏବଂ ଝାଳ ଉପରେ ଏହି ଆଇନ ଏକ ପ୍ରହାର ବୋଲି ଲୋକମାନେ ବୁଝି ସାରିଛନ୍ତି। ରାହୁଲ କହିଛନ୍ତି, ନିକଟରେ ସେ ପଂଜାବ ଏବଂ ହରିୟାଣା ଗସ୍ତ ସମୟରେ ଜାଣିବାକୁ ପାଇଥିଲେ ଏହି ଆଇନ କୃଷକ ଏବଂ ଶ୍ରମିକମାନଙ୍କ ଉପରେ ଏକ ଆକ୍ରମଣ। ତେବେ ପଂଜାବ ସରକାର ଏହି ୩ କୃଷି ଆଇନ ସଂକ୍ରାନ୍ତରେ ଏକ ସ୍ବତନ୍ତ୍ର ଅଧିବେଶନ ଡାକିଥିବାରୁ ରାହୁଲ ଏଥିରେ ଖୁସି ଥିବା କହିଛନ୍ତି। ରାହୁଲ ଆଜି ପଂଜାବରେ ଏ ସଭାରେ ଉଦ୍‌ବୋଧନ ଦେଇ ଏହା କହିଛନ୍ତି।

ସମ୍ବନ୍ଧିତ ଖବର