ନୂଆଦିଲ୍ଲୀ: ମହମ୍ମଦ ସାମି ଓ ତାଙ୍କର ପତ୍ନୀ ହାସିନ ଯାହାଁ ମଧ୍ୟରେ ସୃଷ୍ଟି ହୋଇଥିବା ପାରିବାରିକ ବିବାଦ ଥମିବାର ନାମ ନେଉନାହିଁ। ପ୍ରତିଦିନ ଦୁହିଁଙ୍କୁ ନେଇ ବିଭିନ୍ନ ପ୍ରକାର ଖବର ସାମ୍ନାକୁ ଆସୁଛି। ଗୁରୁବାର ସାମିଙ୍କ ପତ୍ନୀ ହାସିନ ଯାହଁ ସ୍ୱାମୀଙ୍କ ବିରୋଧରେ ଏକ ନୂଆ ଅଭିଯୋଗ ଆଣି କହିଛନ୍ତି, ଲଣ୍ଡନ ବିଜନେସ୍ମ୍ୟାନ୍ ମହମ୍ମଦ ଭାଇ ସାମିଙ୍କୁ ନୂଆନୂଆ ଯୁବତୀଙ୍କ ସହିତ ସାକ୍ଷାତ କରାଇଥାଆନ୍ତି। ସେମାନଙ୍କ ମଧ୍ୟରୁ ମଞ୍ଜୁ ମିଶ୍ରା ନାମକ ଜଣେ ଯୁବତୀଙ୍କ ସହିତ ମହମ୍ମଦ ସାମିଙ୍କ ସମ୍ପର୍କ ରହିଛି। ଏହାକୁ ନେଇ ହାସିନ୍ ଆଉ ଏକ ଫେସ୍ବୁକ୍ ଚାଟ ପୋଷ୍ଟ କରିଛନ୍ତି।
ପ୍ରଥମେ ଯେତେବେଳେ ହାସିନ ସାମିଙ୍କ ବିରୋଧରେ ଅଭିଯୋଗ ଆଣି ଚାଟ ପୋଷ୍ଟ କରିଥିଲେ, ସେତେବେଳେ ତାଙ୍କ ଆକାଉଣ୍ଟ ଡିଲିଟି କରାଯାଇଥିଲା। ଏଥିପାଇଁ ବି ସେ ସାମିଙ୍କୁ ଦୋଷୀ ବୋଲି କହିଥିଲେ। ସମ୍ପ୍ରତି ମଞ୍ଜୁ ମିଶ୍ରା ସହିତ ସାମିଙ୍କ ସମ୍ପର୍କ ଥିବା କଥା କହିଛନ୍ତି ହାସିନ୍। ଏହି ମହିଳା ଜଣକ ନାଗପୁରରେ ରୁହନ୍ତି, କ’ଣ ଏହି ମହିଳା ବିଷୟରେ କିଏ କିଛି ଜାଣନ୍ତି ବୋଲି ପ୍ରଶ୍ନ କରିଛନ୍ତି ସାମିଙ୍କ ପତ୍ନୀ।
ହାସିନ୍ ଯାହାଁଙ୍କ ଅନେକ ଅଭିଯୋଗ ପରେ ମହମ୍ମଦ ସାମି କହିଥିଲେ, କେହିଜଣେ ତୃତୀୟ ବ୍ୟକ୍ତି ତାଙ୍କ ଘର ନଷ୍ଟ କରିବା ପାଇଁ ଚାହୁଁଛି। ସେ ହିଁ ହାସିନ୍ଙ୍କୁ ଏସବୁ ଶିଖାଉଛି। ଏହି ମାମଲାରେ ମୋତେ କିଛି ପ୍ରମାଣ କରିବାର ଦରକାର ନାହିଁ। ଯାହା ବି ପ୍ରମାଣ କରି ଦେଖାଇବାର ଅଛି ହାସିନ୍ଙ୍କୁ, କାରଣ ସେ ଏହି ଅଭିଯୋଗ ଆଣିଛନ୍ତି।